ରୋଗୀ କଲ୍ୟାଣ ସମିତିର ଗଭର୍ଣ୍ଣିଂ ବୋଡି ବୈଠକ ଅନୁଷ୍ଠିତ

ବାଲେଶ୍ୱର (ସରୋଜ ପଣ୍ଡା):  ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର ଗଭର୍ଣ୍ଣିଂ ବୋଡି ବୈଠକ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ସାଂସଦ, ବାଲେଶ୍ୱର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲେ।  ଜିଲ୍ଲାର ମାନ୍ୟବର ବିଧାୟକଗଣ ମାନଙ୍କ ମଧ୍ୟରେ ସରକାରୀ ଉପମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ,ମାନ୍ୟବର ବାଲେଶ୍ଵର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ,ସୋର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାଧବ ଧଡା,ସିମୁଳିଆ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପଦ୍ମ ଲୋଚନ ପଣ୍ଡା, ମାନ୍ୟବର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। ବାଲେଶ୍ୱର, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ ଏବଂ ଜିଲ୍ଲାର ଅନ୍ୟାନ୍ୟ ବିଶିଷ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ଜିଲ୍ଲା ଚିକତ୍ସା ଅଧିକାରୀ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ପ୍ରଭାତ କୁମାର ବେହେରା  ବାଲେଶ୍ୱରଙ୍କ ସ୍ୱାଗତ ସମ୍ଭାଷଣ ସହିତ ବୈଠକ ଆରମ୍ଭ ହୋଇଥିଲା, ଯେଉଁଥିରେ ନୂତନ ଗଠିତ ରୋଗୀ କଲ୍ୟାଣ ସମିତିର ପରିଚୟ, ଚିକିତ୍ସାଳୟର ତଥ୍ୟ, କାର୍ଯ୍ୟକ୍ରମର ଫୋଟୋଗ୍ରାଫ ଏବଂ ୨୦୨୫-୨୬ ବାର୍ଷିକ କାର୍ଯ୍ୟଯୋଜନା ଉପରେ ଆଲୋଚନା ହୋଇଥିଲା। ମାନ୍ୟବର ବିଧାୟକମାନେ ଚିକିତ୍ସାଳୟର ଉନ୍ନତି ଓ ରୋଗୀ ସେବା ବୃଦ୍ଧି ପାଇଁ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।ଚିକତ୍ସା ଅଧିକାରୀ  ତଥା ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ଅଗ୍ନି ନିରାପତ୍ତା, ଭିତ୍ତିଭୂମି ସଂସ୍କାର, ବିଦ୍ୟୁତ୍ ଓ ଜଳ ସୁବିଧା, ପରିଚ୍ଛନ୍ନତା ଏବଂ ରୋଗୀ ସୁବିଧା ପାଇଁ ବିଭିନ୍ନ ନୂତନ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଏହି ପ୍ରସ୍ତାବଗୁଡ଼ିକରେ ଅଗ୍ନି ନିର୍ବାପଣ ବ୍ୟବସ୍ଥା, ମଲ୍ଟି-ଷ୍ଟୋରୀ ସର୍ଜରୀ ଓୟାର୍ଡ, ଷ୍ଟାଫ କ୍ୱାର୍ଟର, ରୋଗୀ ଅପେକ୍ଷା କକ୍ଷ, ମଡୁଲାର ଅପରେସନ ଥିଏଟର ଏବଂ ଅକ୍ସିଜେନ ପାଇପଲାଇନ ସମ୍ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲା। ବୈଠକରେ ରୋଗୀ କଲ୍ୟାଣ ସମିତି ଖର୍ଚ୍ଚର ପୂର୍ବ ଅନୁମୋଦନ ଏବଂ ଅନ୍ୟାନ୍ୟ ଆଲୋଚନା ମଧ୍ୟ ସ୍ଥାନ ପାଇଥିଲା। ଏହି ବୈଠକ ଚିକିତ୍ସାଳୟର ସେବା ଗୁଣବତ୍ତା ବୃଦ୍ଧି ଓ ରୋଗୀମାନଙ୍କ ପାଇଁ ଆଧୁନିକ ସୁବିଧା ଯୋଗାଇବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ପରିଶେଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ବୈଠକ ସମାପ୍ତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ