ସରକାରୀ ଜମିକୁ ଜବରଦଖଲ କଲେ ସରକାରୀ କର୍ମଚାରୀ
କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) :କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ତ ଚିତ୍ରେଶ୍ୱରୀ ରାଜ୍ୱସ ସର୍କଲ ଅଧୀନ କୁଞ୍ଜ ମୌଜାର ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ ଜାରି ରହିଛି। ରାସ୍ତା କଡ଼ରେ ଏପରି ବେଆଇନ୍ ନିର୍ମାଣ ଚାଲୁଥିବା ବେଳେ ତହସିଲ ପ୍ରଶାସନ ସବୁ ଦେଖି ଚୁପ୍ ରହିବା ସନ୍ଦେହ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ କେତେକ ସରକାରୀ କର୍ମଚାରୀ ଓ ପ୍ରଭାବଶାଳୀ ଲୋକମାନେ ସରକାରୀ ଅନାବାଦୀ ଜମିକୁ ଗୁଣ୍ଠ ପିଛା ୨/୩ ଲକ୍ଷ ଟଙ୍କାରେ କିଣି ବେଆଇନ୍ ଭାବେ ଗୃହ ନିର୍ମାଣ କରୁଛନ୍ତି। ଏନେଇ କୁଞ୍ଜ ମୌଜାର କିଛି ବ୍ୟକ୍ତି ତହସିଲ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ଯ କୌଣସି ପଦକ୍ଷେପ ଗ୍ରହଣ କରିବା ଦେଖିବାକୁ ମିଳୁନାହିଁ। ବରଂ ଦିନକୁ ଦିନ ଗୃହ ନିର୍ମାଣ ବଢ଼ି ଚାଲିଥିବା ଦେଖିବାକୁ ମିଳିଛି। ଗୋପ ବ୍ଲକରେ ଜଣେ ସରକାରୀ ଚାକିରୀ କରିଥିବା ବ୍ୟକ୍ତି ନିଜର ପିସି ଓ କଳାଧନ ସାହାର୍ଯ୍ୟରେ ଚଢ଼ା ଦରରେ ସରକାରୀ ଜମି କିଣି ଗୃହ ନିର୍ମାଣ କରୁଥିବା ସ୍ଥାନୀୟ ଜନସାଧାରଣ ନିଜ ନାମ ଗୋପନ ରଖି ଜଣାଇଛନ୍ତି। ଏନେଇ କାକଟପୁର ତହସିଲ ପ୍ରଶାସନ ଓ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।