ମେସିନ କରୁଛି କାମ,ହାତଯୋଡି ବସିଛନ୍ତି ଶ୍ରମିକ, 

ହାଟଡିହି (ଓ୍ବାଇଏନଏସ): ସରକାରଙ୍କ ମନରେଗା ଯୋଜନାରେ ବ୍ୟାପକ ଅନ୍ୟମିତତା ହେଉଛି। ଶ୍ରମିକ ବଦଳରେ କାମ କରୁଛି ମନରେଗା କାମ । ତେଣୁ ଶ୍ରମିକ ମାନେ କାମ ପାଇବାରୁ ବଞ୍ଚିତ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ପ୍ରଶାସନ, ବିଭାଗୀୟ ଅଧିକାରୀ ଓ କୁଜି ନେତାଙ୍କ ତ୍ରିକୋଣିୟ ମଧୁଚନ୍ଦ୍ରିକାରେ ଯୋଜନା ଦିଗହରା ହେଉଛି।  ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନିକ ସ୍ତରରେ ଏହାର କୌଣସି ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚା ଗ୍ରାମ ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଡ୍ରେନ୍ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ପ୍ରକଳ୍ପ ଟିର ନାମ ନୂତନ ଡ୍ରେନ ଓ ଗାର୍ଡଓ୍ୱାଲ୍ ନିର୍ମାଣ ସିର ବରାଳ ଘର ଠାରୁ ପାଣୁଆ ରାଉତ ଘର ପର୍ଯ୍ୟନ୍ତ ଥିବା ବେଳେ ଫଳକରେ ସିର ବରାଳ ଘର ଠାରୁ ପାଣୁଆ ରାଉତ ଘର ପର୍ଯ୍ୟନ୍ତ କେବଳ ନୂତନ ଡ୍ରେନ ନିର୍ମାଣ ରହିଛି। ଫଳକରେ କାର୍ଯ୍ୟ ଆରମ୍ଭ ଓ କାର୍ଯ୍ୟ ଶେଷ ତାରିଖ ଲେଖାଯାଇନାହିଁ । ଡ୍ରେନ ନିର୍ମାଣ ରେ ମେସିନ ନିୟୋଜିତ କରାଯାଉଛି । ଶ୍ରମିକଙ୍କ ଜବକାର୍ଡ ହାତେଇ ଠିକାଦାର ମେସିନ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ମେସିନ ଲଗାଇ କାମ କରି ଶ୍ରମିକ ନାମରେ ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଉଛି । ଜବ କାର୍ଡ଼ରେ କିଛି ମୁଷ୍ଟିମେୟ ଲୋକଙ୍କ ନାମ ଲେଖାଯାଇ ଅନୁଦାନକୁ ଉଠାଣ କରିବାକୁ ଉଦ୍ୟମ ହେଉଛି ବୋଲି ଅଭିଯୋଗ ହୋଇଛି।  ଏହା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ହୋଇଥିବା ବେଳେ ବ୍ଲକ ଅନୁଦାନ କିପରି ଖର୍ଚ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମନରେଗା ଯୋଜନାରେ ଏହିଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଉଛି । ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ