ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପୋଡାପାଟଣା ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ଭାଗିରଥି ପାତ୍ର, ମୁଖ୍ୟ ବକ୍ତା ଭାବେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର, ବିଶିଷ୍ଟ ଅତିଥି ତଥା ସମ୍ମାନୀତ ପ୍ରତିଭା ଭାବେ ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଯଯାତି କେଶରୀ ପରିଡା, ସମ୍ମାନୀତ ଅତିଥି ଭାବେ ଜିପିଡିଓ ତଥା ଭାରପ୍ରାପ୍ତ ଏବିଡିଓ ସୁଚୀସ୍ମିତା ବାରିକ, କେନ୍ଦୁଆପଦା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ତରାପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗନ୍ନାଥ ଖୁଣ୍ଟିଆ, ଟିଲୋ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଶୋକ କୁମାର ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହେମନ୍ତ କୁମାର ବାରିକ, ଉପସଭାପତି ମାନସୀ ଦାସ, ଶିକ୍ଷାବିତ୍ ସୁବାସ ଦାସ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ ଓ ଶିକ୍ଷକ ଅଶୋକ ଦାସ ଅତିଥିଙ୍କୁ ମଞ୍ଚକୁ ଆହ୍ୱାନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତିଭାଧର ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ପରିଚାଳନା କମିଟିର ସଭ୍ୟସଭ୍ୟା, ପୁରାତନ ଛାତ୍ର ଏବଂ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ