ଏଫ୍ଏମ୍ ଘଟଣା ପରେ ଆକ୍ସନ ମୋଡରେ ସରକାର, ସନ୍ଧ୍ୟା ପରେ ବାହାରକୁ ବାହାରିବେନି ରେଭେନ୍ସା ଛାତ୍ରଛାତ୍ରୀ
କଟକ, (ଓ୍ବାଇଏନଏସ): ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ପରେ ମହିଳା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଛି । ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ । ଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ କାମ କରିପାରିବେ । ଗୁରୁବାର ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ଏଭଳି ନିଷ୍ପତି ହୋଇଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାର୍ଡ, ଆଣ୍ଟି ରାଗିଂ ସେଲ୍ ରହିବ । ନୂଆ ନିୟମ ଅନୁଯାୟୀ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ସନ୍ଧ୍ୟା ୫.୩୦ ପରେ ମହିଳା କର୍ମଚାରୀ ଓ ଛାତ୍ରୀ କେହି ଯାଇ ପାରିବେନି କ୍ୟାମ୍ପସ ବାହାରକୁ । ନୂତନ ଏସ୍ଓପି ନ ଆସିବା ଯାଏଁ ଏହି ଗାଇଡ ଲାଇନ ମାନିବାକୁ ନିର୍ଦ୍ଦେଶ । ନିର୍ଦ୍ଦେଶନାମା ଜାରି କଲେ ରେଭେନ୍ସା ବିଶ୍ଵବିଦ୍ୟାଳୟ ରେଜିଷ୍ଟର। ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ସରକାର ଏବେ ଆଲର୍ଟ ମୋଡରେ । ବିଶେଷ କରି ମହିଳାଙ୍କ ସୁରକ୍ଷାକୁ ଦିଆଯାଇଛି ଗୁରୁତ୍ୱ ।