ଭୁତକୋଠିରେ ପରିଣତ ହେଲା ସରକାରୀ କ୍ୱାର୍ଟର

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରକାରୀ ଚାକିରି କରୁଥିବା କର୍ମଚାରୀ ମାନଙ୍କ ପାଇଁ ସରକାର ସମସ୍ତ ପ୍ରକାର ସୁବିଧା କରି ଦେଉଛନ୍ତି। କିନ୍ତୁ ସରକାରୀ ବାବୁ ମାନେ ସରକାର ତରଫରୁ ମିଳୁଥିବା ସୁବିଧା ସୁଯୋଗ କୁ ଗ୍ରହଣ ନକରବା ସହିତ ଠିକ ଭାବରେ ନିଜର କାର୍ଯ୍ୟ କୁ ସଂପାଦନା ନକରି  ନିଜକୁ ବିଭିନ୍ନ ଆଳ ଦେଖାଇ କେବଳ ସରକାର ପ୍ରଦାନ ଦରମାକୁ ମାସ ଶେଷରେ ଗ୍ରହଣ କରୁଛନ୍ତି। ସରକାରୀ କର୍ମଚାରୀ ଠାରୁ ଜନସାଧାରଣ ଯେଉଁ ସୁବିଧା, ପରାମର୍ଶ ପାଇବା କଥା ତାହା ପାଇବାରୁ ବଞ୍ଚିତ ହେଉଛନ୍ତି। ଝୁମ୍ପୁରା ବ୍ଲକ ର ଉଖୁଣ୍ଡା ଠାରେ ଏକ ସହକାରୀ କୃଷି ଅଧିକାରୀ କାର୍ଯ୍ୟାଳୟ ରହିଛି। ଏହି  କାର୍ଯ୍ୟାଳୟ ପାଇଁ ସରକାର ତରଫରୁ କର୍ମଚାରୀ ମଧ୍ୟ ନିଯୁକ୍ତି କରିଛନ୍ତି।  ଅଧିକାରୀ ଙ୍କ ପାଇଁ ଅଫିସ ମଧ୍ୟ ରହିଛି। ତା ସହିତ ଏଠାରେ ଯେଉଁ ଅଧିକାରୀ ନିଯୁକ୍ତି ହେଉଛନ୍ତି ତାଙ୍କ ରହିବା ପାଇଁ ସ୍ବତନ୍ତ୍ର ଭାବରେ ଗୃହ ମଧ୍ୟ ନିର୍ମାଣ ହୋଇଛି। ସରକାର ତରଫରୁ  ସରକାରୀ ଚାକିରି କରୁଥିବା କର୍ମଚାରୀ ମାନେ କାର୍ଯ୍ୟାଳୟ ପରିସର ମଧ୍ୟରେ ରହି ଜନସାଧାରଣ ମାନଙ୍କୁ ଠିକ ସମୟରେ ସେବା ପ୍ରଦାନ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାରୀ କ୍ୱାର୍ଟର ନିର୍ମାଣ କରୁଛନ୍ତି ସତ କିନ୍ତୁ ନିଯୁକ୍ତି ପାଉଥିବା ସରକାରୀ କ୍ୱାର୍ଟର ରେ ନରହି ଜିଲା ମୁଖ୍ୟାଳୟ ରେ ଶୀତତାପ ନିୟନ୍ତ୍ରିତ ଗୃହ ରେ ରହିବାକୁ ପସନ୍ଦ କରୁଛନ୍ତି।ଯାହା ଫଳରେ ସରକାର କର୍ମଚାରୀ ମାନଙ୍କ ନିମନ୍ତେ ନିର୍ମାଣ କରୁଥିବା କ୍ୱାର୍ଟର ଗୁଡିକ ଅଦରକାରୀ ହୋଇ ପଡୁଛି। ଉଖୁଣ୍ଡା ଠାରେ ରହିଥିବା ସହକାରୀ କୃଷି କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କ ନିମନ୍ତେ ନିର୍ମାଣ ହୋଇଥିବା ଗୃହ ସଂପୂର୍ଣ୍ଣ ଅଦରକାରୀ ହେବା ସହିତ। ଏଠାରେ ଚାଷୀ ମାନଙ୍କ ପାଇଁ ଚାଷ ଉପକରଣ ଗଚ୍ଛିତ ରଖିବା ପାଇଁ ନିର୍ମାଣ ହୋଇଥିବା କୋଠା ମଧ୍ୟ ଭୂତ କୋଠିରେ ପରିଣତ ହୋଇଯାଇଛି। ସରକାର ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ସରକାରୀ କ୍ୱାର୍ଟର ନିର୍ମାଣ କରୁଛନ୍ତି ସତ କିନ୍ତୁ ତାକୁ ସରକାରୀ କର୍ମଚାରୀ ମାନେ ବ୍ୟବହାର କରୁ ନାହାନ୍ତି। ବର୍ତ୍ତମାନ ସରକାରୀ କ୍ୱାର୍ଟର ରେ ଅଧିକାରୀ ଙ୍କ ପାଦ ପଡୁ ନଥିବାରୁ ଉଖୁଣ୍ଡା ବଜାରରେ ରହିଥିବା ବ୍ୟବସାୟୀ ମାନେ ତାଙ୍କ ବ୍ୟବସାୟ କେନ୍ଦ୍ରରରୁ ବାହାରୁ ଥିବା ଅଳିଆ ଆବର୍ଜ୍ଜନା କୁ  ସରକାରୀ କ୍ୱାର୍ଟର ପରିସର ମଧ୍ୟରେ ଅବାଧରେ ପକାଇ ଚାଲିଛନ୍ତି। ଭୁତକୋଠି ରେ ପରିଣତ ହୋଇଥିବା ସରକାରୀ କ୍ୱାର୍ଟର ର ଉନ୍ନତି କରଣ କରିବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଦାବି ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ