ବଞ୍ଚୋରେ ସରକାରୀ ରାସ୍ତା ଜବର ଦଖଲ, ଯାଇ ପାରୁନି ଆମ୍ବୁଲାନସ

ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ ଅନେକ ସରକାରୀ ଜାଗା ଜବର ଦଖଲ ହୋଇଥିବା ନେଇ ଅଭିଯୋଗ ହୋଇ ଆସୁଛି। ପ୍ରଶାସନିକ ଅଧିକାରୀ ଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜୁ ଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କିଛି ବ୍ୟକ୍ତି ସର୍ବସାଧାରଣ ରାସ୍ତାକୁ ଜବର ଦଖଲ କରି ରଖିଥିବାରୁ ଗ୍ରାମର କିଛି ସାହିକୁ ଆମ୍ବୁଲାନସ, ଦମକଳ ଯାଇପାରୁନି। ଦୁଇଦିନ ତଳେ ଜଣେ ରୋଗୀ ଗୁରୁତର ଅସୁସ୍ଥ ଥିବାବେଳେ ଡାକ୍ତରଖାନା ଯିବାପାଇଁ ଆମ୍ବୁଲାନ୍ସ ଡକାଇ ଥିଲେ। ଆମ୍ବୁଲାନ୍ସ ଗାଁକୁ ଆସିଥିଲେ ମଧ୍ୟ ରୋଗୀଙ୍କ ଘର ନିକଟକୁ ଯାଇ ପାରି ନଥିଲା। ଫଳରେ ରୋଗୀଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଟେକି ଟେକି ଦୁଇଶହ ମିଟର ଦୁରକୁ ଆଣିବା ପରେ ଯାଇ ଆମ୍ବୁଲାନ୍ସରେ ବସାଇ ଡାକ୍ତରଖାନା ନେଇଥିଲେ। ରୋଗୀଙ୍କ ଘର ନିକଟକୁ ଯିବାକୁ ପର୍ଯ୍ୟାପ୍ତ ରାସ୍ତା ଥିଲେ ବି କିଛି ମୁଷ୍ଟିମେୟ ବ୍ୟକ୍ତି ରାସ୍ତା ଉପରେ ଚଉଁରା ନିର୍ମାଣ କରିବା ସହ ବଡ଼ ବଡ଼ ମାଙ୍କଡା ପଥର ଥୋଇ  ଜବର ଦଖଲ କରି ରଖିଥିବାରୁ ଏପରି ସମସ୍ୟା ଉପୁଜୁଛି ବୋଲି ସରପଞ୍ଚ ପ୍ରଶାନ୍ତ ରାଉତ ଅଭିଯୋଗ କରିଛନ୍ତି। ପ୍ରଶାସନ ତୁରନ୍ତ ଏହି ଜବରଦାଖଲ ହଟାଇବାକୁ ସେ ପ୍ରଶାସନ କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ