ବୁଢୀମାକୁ ଡାକ୍ତରଖାନା ଆଣିବା ବାଟରେ ନାତୁଣୀ ନିଖୋଜ

ହାଟଡିହି (ଓ୍ବାଇଏନଏସ): ଅସୁସ୍ଥ ବୁଢୀମାକୁ ଡାକ୍ତରଖାନା ଆଣି ଫେରିବା ବାଟରୁ ନାତୁଣୀ ନିଖୋଜ ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ନନ୍ଦିପଦା ଥାନା ଅଧିନସ୍ଥ ଗେଡ଼ମା ପଞ୍ଚାୟତ ସାହାପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗତକାଲି ଅସୁସ୍ଥ ବୁଢୀମା କୁ ଶାଳଣିଆଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲା। ଉଭୟ ମୋ ବସ ରେ ଯାଇଥିବା ବେଳେ ବସ ନଥିବାରୁ ଚାଲି ଚାଲି ଘରକୁ ଫେରୁଥିଲେ। ଭାଟିଆ ପଡିଆ ନିକଟରେ ବୁଢୀମା କୁ ବସାଇ  ଶାଳଣିଆଁ ବଜାରକୁ ସାମଗ୍ରୀ ପାଇଁ ଯାଇ ଆଉ ଫେରି ନଥିଲା। ଅନେକ ସମୟ ବସି ବସି ବୁଢୀମା ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି କିଛି ସନ୍ଧାନ ନ ପାଇବାରୁ ଛାତ୍ରୀର ବାପା ଆଜି ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣକ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଦେଇଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ