ଅସହାୟ କୁ ସହାୟତା ହାତ ବଢ଼ାଇଲେ “ସବୁଜ ଶାଖା”
କାକଟପୁର/ଅସ୍ତରଙ୍ଗ:(ଶୁଭାଶିଷ ଖଣ୍ଡୁଆଳ ) :-କୁହାଯାଏ ସଠିକ ସମୟରେ ଗରିବର ଡାକ ଶୁଣନ୍ତି ଭଗବାନ । ଅସହାୟ ମଣିଷକୁ ସାହାଯ୍ୟ କରିବାକୁ ବିଭିନ୍ନ ରୂପରେ ପଠାନ୍ତି । ଆଉ ସଙ୍କଟ ସମୟରେ ଏହି ଦରିଦ୍ର ଦମ୍ପତ୍ତିଙ୍କ ପାଖକୁ ଦେବଦୂତ ସାଜି ପହଞ୍ଚିଛନ୍ତି ସମାଜସେବା କୁ ବ୍ରତ କରିଥିବା ସ୍ବେଛାସେବୀ ସଂଗଠନ ଅସ୍ତରଙ୍ଗ ଅଞ୍ଚଳ ର ଅଗ୍ରଣୀ ଅନୁଷ୍ଠାନ “ସବୁଜ ଶାଖା”। ଯେ କି ଆଉ ଜଣେ ଦ୍ୱିତୀୟ ଭଗବାନ । ହଁ, ଜୀବନ ସହ ସଂଘର୍ଷ କରୁଥିବା ସତ୍ୟ ପ୍ରକାଶ ଚିକିତ୍ସା ପାଇଁ ସହାୟତାରେ ହାତ ବଢ଼ାଇଛି ସବୁଜ ଶାଖା। କିଛି ଦିନ ହେବ କୀଡୀନି ଜନିତ ରୋଗରେ ଆକ୍ରାନ୍ତ ଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସତ୍ୟ ପ୍ରକାଶ କୁ ସହାୟତା କରିଛନ୍ତି । ୧୫ବର୍ଷୀୟ ମାଟ୍ରିକ ଛାତ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅଧିନ ରାମଚନ୍ଦ୍ରପୁର ଗ୍ରାମର ପଞ୍ଚାନନ ସ୍ୱାଇଁ ଙ୍କ ପୁଅ ସତ୍ୟପ୍ରକାଶ ସ୍ୱାଇଁ।ବିଭିନ୍ନ ବିଭାଗ ରେ ପ୍ରତିଭା ଅର୍ଜନ କରିଥିବା ବେଳେ ଆଉ କିଛି ଦିନ ପରେ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। ହଠାତ ୧୫ଦିନ ହେବ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାକୁ ମେଡିକାଲ ଭର୍ତ୍ତି କରାଯାଇଥିଲା । ଡକ୍ଟର ସୂଚନା ଦେଇଥିଲେ ସତ୍ୟ ପ୍ରକାଶ ଙ୍କ ଦୁଇଟା କୀଡୀନି ଖରାପ।ମାତ୍ର ଅର୍ଥ ଅଭାବରୁ ଚିକିତ୍ସା ବାଧକ ହେଉଛନ୍ତି ବାପାମାଆ ।ଆଉ ଏହି ଖବର ପ୍ରକାଶିତ ପରେ ସତ୍ୟ ଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଉଛନ୍ତି ସ୍ବେଛାସେବୀ ଅନୁଷ୍ଠାନ “ସବୁଜ ଶାଖା “।ପରିବାର କୁ ଏକ ମାସର ରାସନ ସହ ୫୦ହଜାର ରୁ ଉର୍ଦ୍ଧ ଟଙ୍କା ସହାୟତା କରିଥିଲେ।
ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ପଞ୍ଚାନନ ସ୍ୱାଇଁ ଙ୍କ ଏକ ମାତ୍ର ପୁଅ ସତ୍ୟ ପ୍ରକାଶ ଙ୍କ ବାପା ଦିନ ମଜୁରିଆ। ଅନ୍ୟଘରେ ମୁଲ ଲାଗି ଗୁଜୁରାଣ ମେଣ୍ଟାଉଥିବା ବେଳେ ସହାୟତା ପାଇଁ ନିବେଦନ କରିଛନ୍ତି।ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, କିମ୍ବା ସହ ହୃଦୟ ବ୍ୟକ୍ତି ସହାୟତା କଲେ ଖୁବଶୀଘ୍ର କୁନି ପୁଅ ଭଲ ହୋଇ ଘରକୁ ଫେରିବ ବୋଲି ଆଶା ବାନ୍ଧିଛନ୍ତି ବାପାମାଆ ।ସବୁଜ ଶାଖା ଉପଦେଷ୍ଟା ଦିବାକର ଛାଟୋଇ, ଶିକ୍ଷାବିତି କାଳନ୍ଦୀ ଚରଣ ଛାଟୋଇ, ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ସବୁଜ ଶାଖା ସଭାପତି ରମାକାନ୍ତ ବସ୍ତିୟା, କେଳୁ ଚରଣ ଓଝା, ପରିବେଶବିତି ସୋମ୍ୟ ରଞ୍ଜନ ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ବେହେରା ସହ ସବୁଜ ଶାଖା ସଦସ୍ୟ ମାନେ ଉପସ୍ଥିତ ଥିଲେ।ଯଦି ଆପଣ ସତ୍ୟ ପ୍ରକାଶ ଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଫୋନ ପେ ନମ୍ବର ଅଥବା ଯୋଗାଯୋଗ ନମ୍ବର ରେ ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ।ଫୋନ ପେ ନମ୍ବର -୭୮୪୬୮୨୮୪୬୧ ପଠାଇ ପାରିବେ। ଆପଣ ଙ୍କ ଏକ ଛୋଟ ସହାୟତା କୁନି ସତ୍ୟ ପ୍ରକାଶ ଙ୍କ ମୁହଁରେ ହସ ଫୁଟାଇ ପାରିବ।


