ସାଂସଦ ରତ୍ନ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଜନ୍ମମାଟିରୁ ଶୁଭେଚ୍ଛା
ବନ୍ତ,(ଚାନ୍ଦିନୀ ମହାନ୍ତି) : ୫ମ ଥର ପାଇଁ ସାଂସଦ ରତ୍ନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା କଟକ ସାସଂଦ ତଥା ଆଗରପଡା ମାଟିର ଜନ୍ମିତ ସୁପୁତ୍ର ଭର୍ତ୍ତୃହରି ମହତାବଙ୍କୁ ଜନ୍ମ ମାଟିରୁ ବିଭିନ୍ନ ସଂଗଠନ, ବ୍ୟକ୍ତି ବିଶେଷ, ଜନପ୍ରତିନିଧି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ ୫ମ ଥର ପାଇଁ ଯୋଗ୍ୟ ବିବେଚିତ ହୋଇ ଭାରତୀୟ ସଂସଦୀୟ ଇତିହାସରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ଏଥିପୂର୍ବରୁ ସେ ସାଂସଦ ରତ୍ନ, ସାଂସଦ ମହାରତ୍ନ, ଉତ୍କୃଷ୍ଟ ସାଂସଦ ମହାରତ୍ନ ଭାବେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହୋଇସାରିଛନ୍ତି । ତାଙ୍କର ୮ଥର ସାଂସଦ ଭାବେ ଅବିଶ୍ରାନ୍ତ ଉତ୍କୃଷ୍ଟ ସଂସଦୀୟ ସେବା, ଅତୁଳନୀୟ କାର୍ଯ୍ୟଦକ୍ଷତା, ନିଷ୍ଠାପର ପ୍ରୟାସ ଦେଶ ତଥା ରାଜ୍ୟ ପାଇଁ ଅବଦାନର ‘ଳ ସ୍ୱରୂପ ୫ମ ଥର ପାଇଁ ସାଂସଦ ରତ୍ନ ଭାବେ ଯୋଗ୍ୟ ବିବେଚିତ ହୋଇଥିବାରୁ ଲୋକଶକ୍ତି, ସି.ଏ‘.ଡବ୍ଲ୍ୟୁ.ଏସ୍.ଡି, ଜଗତଜ୍ୟୋତି ମହିଳା ମହାସଂଘ, ବରିଷ୍ଠ ନାଗରିକ ସଂଘ, ସାମ୍ବାଦିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ଶିକ୍ଷକ ସଂଘ, ଓକିଲ ସଂଘ, ବିଭିନ୍ନ ବ୍ୟକ୍ତି ବିଶେଷ, ଜନପ୍ରତିନିଧି ତଥା ରାଜ ପରିବାର ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।