ବୈପାରିଗୁଡା ଠାରେ ସହିଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଭୂମିପୂଜନ

ବୈପାରିଗୁଡାୁ (ଓ୍ବାଇଏନଏସ): କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଏକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ଭାବେ ବେଶ ପରିଚିତ ! ଏହି ଅଞ୍ଚଳରୁ ବହୁ ସ୍ବାଧୀନତା ସଂଗ୍ରାମୀ ଦେଶ ପାଇଁ ବଳିଦାନ ଦେଇଥିବା ବେଳେ ଦେଶ ପାଇଁ ବଳିଦାନ ଦେଇ ସହିଦ ହୋଇଥିଲେ ସହିଦ ଲକ୍ଷ୍ମଣ ନାୟକ ! ଗତ ଡିସେମ୍ବର ମାସ ୨୪ ତାରିଖ ଦିନ ଆଉ ଜଣେ ଯବାନ ତଥା ଏହି ଅଞ୍ଚଳର ସହିଦ ଯବାନ ଈଶ୍ବର ତଲିଆ ମଧ୍ୟ  ଦେଶ ପାଇଁ ସହିଦ ହୋଇ ସାରା ଦେଶରେ ବୈପାରିଗୁଡା ବ୍ଲକର ନାଁ ରଖି ଆର ପାରି କି ଚାଲିଯାଇଥିବା ବେଳେ ସ୍ଥାନୀୟ ଲୋକେ ମଧ୍ଯ ସହିଦ ଈଶ୍ବର ତଲିଆକୁ ସମ୍ନାନ ଜଣାଇଥିଲେ !  ସହିଦ ଈଶ୍ୱର ତଲିଆ ଙ୍କ ପ୍ରତିମୂତି ନିର୍ମାଣ ପାଇଁ ଆଜି ତାଙ୍କ ଜନ୍ମ ମାଟି ଠାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସହୀଦ ଈଶ୍ୱର ତଲିଆ ଭାରତୀୟ ସେନା ଆର୍ମି ଠାରେ ଟ୍ୟାଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ l ଏବଂ ଯୁଦ୍ଧ ଅଭ୍ୟାସ ସମୟରେ ଟ୍ୟାଙ୍କ ବିସ୍ଫରଣ ରେ ଈଶ୍ୱର ଙ୍କ ମୃତ୍ୟୁ ହୋଇଥିଲା l ସହୀଦ ଈଶ୍ୱର ତଲିଆ ଙ୍କ ସ୍ମୁତି ରେ ତାଙ୍କ ଜନ୍ମ ସ୍ଥାନ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କେନ୍ଦୁଗୁଡା ପଂଚାୟତ ବଡଗୁଡା ଗ୍ରାମ ଠାରେ ପ୍ରଶାସନ ପକ୍ଷରୁ ଏକ ପ୍ରତିମୂର୍ତ୍ତି କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ ଆଜି ବୈପାରୀଗୁଡା ବିଡ଼ିଓ ଶକ୍ତି ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭୂମିପୂଜନ କରିଛନ୍ତି ଏହା ସହ ସମ୍ମାନୀୟ ଅତିଥି ଭବେ ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର, ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବ୍ଲକ ଉପାଧ୍ୟାକ୍ଷ ପୁର୍ଣିମା ବାରିକ, ବୈପାରୀଗୁଡା ଥାନା ଅଧିକାରୀ ଡ଼ମ୍ବରୁଧର ବାତ୍ରିଆ, ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀ , ସ୍ଥାନୀୟ ଆଇନଜୀବୀ ବିଶ୍ବଜୀତ ନାୟକଙ୍କ ସହିତ ସହିଦଙ୍କ ପରିବାର ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ !ଭୂମିପୂଜନ କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଶ୍ୱଜିତ ନାୟକ ପରିଚାଳନା କରିଥିଲେ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ