ସ୍ବଚ୍ଛତା ପାଇଁ ଗୁମୁରା ପଞ୍ଚାୟତ ଜିଲ୍ଲାସ୍ତରରେ ପୁରସ୍କୃତ
କେନ୍ଦୁଝର (ଓ୍ବାଇଏନଏସ): ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ଜୟନ୍ତୀ ଅବସରରେ କେନ୍ଦୁଝର ଜିଲା ମୁଖ୍ୟାଳୟ ରେ ରହିଥିବା ଦରବାର ହଲ ଠାରେ ଜିଲା ସ୍ତରୀୟ ସ୍ବଚ୍ଛତା ଦିବସ ପାଳିତ ହୋଇଯାଇଛି। ଜିଲାର ୧୩ ବ୍ଲକ ଅଧିନରେ ରହିଥିବା ପଞ୍ଚାୟତ ଗୁଡ଼ିକରେ କିପରି ସ୍ବଚ୍ଛତା ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ପ୍ରତି ବ୍ଲକରୁ ଗୋଟାଏ ଲେଖାଏଁ ପଞ୍ଚାୟତ କୁ ମନୋନୀତ କରି ଜିଲ୍ଲାସ୍ତରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କୃତ କରିଛନ୍ତି। ଝୁମ୍ପୁରା ବ୍ଲକ ର ୨୨ ଗୋଟି ପଞ୍ଚାୟତ ମଧ୍ୟରୁ ଗୁମୁରା ପଞ୍ଚାୟତ ବ୍ଲକର ଶ୍ରେଷ୍ଠ ପଞ୍ଚାୟତ ଭାବେ ମନୋନୀତ ହେବା ସହିତ ଜିଲା ସ୍ତରରେ ଅନୁଷ୍ଠିତ ପୁରସ୍କୃତ ହୋଇଛି। ଜିଲା ସ୍ତରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡାକ୍ତର ଫକୀର ଚରଣ ନାଏକ, ଜିଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ନିକୁ ସାହୁ ପ୍ରମୁଖ ଉପସ୍ଥିତ ରହି ପୁରସ୍କୃତ ହେଉଥିବା ପଞ୍ଚାୟତ ଗୁଡ଼ିକ ର ପ୍ରତିନିଧି ମାନଙ୍କୁ ପରାମର୍ଶ ଦେବା ସହିତ ଆଗାମୀ ଦିନରେ ସ୍ବଚ୍ଛତା କାର୍ଯ୍ୟକ୍ରମ କୁ ଅଧିକ କାର୍ଯ୍ୟଶୀଳ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ଗୁମୁରା ପଞ୍ଚାୟତ ର ସରପଞ୍ଚ ତପନ କୁମାର ନାଏକ ଯୋଗଦାନ କରି ଝୁମ୍ପୁରା ବ୍ଲକ ର ଗୁମୁରା ପଞ୍ଚାୟତ କୁ ମିଳିଥିବା ଶ୍ରେଷ୍ଠ ପଞ୍ଚାୟତ ର ଟ୍ରଫି କୁ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲାସ୍ତରରେ ଗୁମୁରା ପଞ୍ଚାୟତ ଶ୍ରେଷ୍ଠ ପଞ୍ଚାୟତ ପୁରସ୍କୃତ ହେବା ଫଳରେ ସରପଞ୍ଚ ତପନ କୁମାର ନାଏକ କୁ ବ୍ଲକର ଅନ୍ୟ ନିର୍ବାଚିତ ପ୍ରତିନିଧି ତଥା ଅନ୍ୟାନ୍ୟ ଅଧିକାରୀ ମାନେ ଶୁଭେଚ୍ଛା ଜଣାଇ ଥିବା ଦେଖିବାକୁ ମିଳିଛି।