ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଗୁରୁପୂର୍ଣ୍ଣିମା ପାଳିତ

ବାଲେଶ୍ୱର (ସରୋଜ ପଣ୍ଡା) ମହାନ ଭାରତୀୟ ସଂସ୍କୃତିର ପରିଚାୟକ ‘ଗୁରୁପୂଜନ’ ପବିତ୍ର ବ୍ୟାସପୂର୍ଣ୍ଣିମା ଅବସରରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଦ୍ୱାରା ସଂଘ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। କୃଷ୍ଣ ଦ୍ୱୈପାୟନ ବ୍ୟାସ ଓ କୋଟି ଓଡ଼ିଆର ଆରାଧ୍ୟ ଶ୍ରୀଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ସ୍ଥାପନ ସହିତ ସଂଘ କାର୍ଯ୍ୟକାରିଣୀ ସମିତି ସଦସ୍ୟ ସଞ୍ଜୟ କୁମାର ପଣ୍ଡା (ଖ) ଧୂପ, ଦୀପ, ନୈବେଦ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରିଥିଲେ। ଉପସ୍ଥିତ ସଦସ୍ୟ ସଦସ୍ୟାମାନେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାନିବେଦନ କରିଥିଲେ। ସଂଘ ସଭାପତି ଇଂ. ବନମାଳୀ ନାୟକ ସଂଘଦ୍ୱାରା ପାଳିତ ହେଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିବସ ପାଳନର ଅଂଶ ସ୍ୱରୂପ ଆଜି ଗୁରୁପୂର୍ଣ୍ଣିମା ପାଳିତ ହେଉଥିବା ଉଲ୍ଲେଖ କରି କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନଙ୍କୁ ସ୍ୱାଗତ କରିଥିଲେ। ସଂଘର ବରିଷ୍ଠ ଉପଦେଷ୍ଟା ତଥା ଆଜିର ଦିବସ ପାଳନର ମୁଖ୍ୟ ଉଦ୍ୟୋକ୍ତା ବସନ୍ତ କୁମାର ନାୟକ ଗୁରୁପୂଜନର ତାତ୍ପର୍ଯ୍ୟ ସମ୍ବନ୍ଧରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବାବେଳେ ପଣ୍ଡିତ ସଞ୍ଜୟ କୁମାର ପଣ୍ଡା ଓ ପଣ୍ଡିତ ଡ. କ୍ଷିତୀଶ୍ୱର ଦାଶ ବ୍ୟାସଦେବଙ୍କର ଜନ୍ମବୃତ୍ତାନ୍ତ, ତାଙ୍କ ସୃଷ୍ଟ ମହାଭାରତ, ଅଷ୍ଟାଦଶ ପୁରାଣ, ବ୍ରହ୍ମସୂତ୍ର ଓ ଶ୍ରୀମଦ୍ଭାଗବତ ଗୀତା ସମ୍ବନ୍ଧରେ ଓ ବେଦର ବିଭାଜନ ସମ୍ବନ୍ଧରେ ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଗୁଣାକାର ଦେ, ବାସନ୍ତୀ ପାଣି, ଜ୍ଞାନେନ୍ଦ୍ର ସାହୁ ଓ ସୁରେନ୍ଦ୍ର ଧଳ ମଧ୍ୟ ସେମାନଙ୍କର ବକ୍ତବ୍ୟରେ ବେଦବ୍ୟାସଙ୍କ କୃତି ଓ ଆଲୌକିକ ପ୍ରତିଭା ଯୋଗୁଁ ତାଙ୍କୁ ଭଗବାନଙ୍କ ଅବତାର ଭାବେ ଗ୍ରହଣ କରାଯାଏ ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ଦେବେନ୍ଦ୍ର ଚୌଧୁରୀ, କେଶବ ମହାନ୍ତି, ଗୌରାଙ୍ଗ ସାହୁ, ଶତ୍ରୁଘ୍ନ ପଣ୍ଡା, ନରେଶ ଚନ୍ଦ୍ର ଦାଶ, ରବିନାରାୟଣ ବେହେରା, ସାବିତ୍ରୀ ଦାସ, ଜ୍ୟୋତ୍ସ୍ନା ରାୟ, ରୀତା ରାୟ, ଗୀତାଞ୍ଜଳି ଶତପଥି ପ୍ରମୁଖ ସହଯୋଗ କରିଥିବାବେଳେ ପରିଚାଳନାରେ ନାରାୟଣ ପଣ୍ଡା, ତପନ ପଣ୍ଡା, ଭବେଶ ପଣ୍ଡା, କ୍ଷେତ୍ରମୋହନ ନାୟକ, ସେକ୍ ଆଲ୍ଲାଉଦ୍ଦିନ୍‌, ପୁରୁଷୋତ୍ତମ ବେହେରା, ଶରତ ବିଶ୍ୱାଳ, ଲମ୍ବୋଦର ଗିରି, ପ୍ରଫୁଲ୍ଲ ଦାସ, ରବିନାରାୟଣ ପାତ୍ର, ସୁରେନ୍ଦ୍ର ନାୟକ, ପ୍ରଣିତା ମିଶ୍ର, ପଦ୍ମଲୋଚନ ଦତ୍ତ, ଅନୁପ ଆଚାର୍ଯ୍ୟ, କମଳାକାନ୍ତ ନାୟକ, ସୁନୀଲ ମାଇତି ପ୍ରମୁଖ ସହଯୋଗ କରିଥିଲେ। ସାଧାରଣ ସମ୍ପାଦକ ଦାମୋଦର ନାୟକ ସମସ୍ତଙ୍କର ସହଯୋଗ ନିମନ୍ତେ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ