ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁ ପୁର୍ଣିମା ଉତ୍ସବ
ବାଲେଶ୍ବର(ସରୋଜ ପଣ୍ଡା): ଆଦ୍ୟ ଗୁରୁ ବେଦବ୍ୟାସଙ୍କ ଜନ୍ମ ଦିବସ ବ୍ୟାସ ପୁର୍ଣିମାକୁ ଗୁରୁ ଦିବସ ରୂପେ ଆବାହମାନ କାଳରୁ ପାଳିତ ହୋଇଆସୁଛି। ଏହି କ୍ରମରେ ଆଜି ଅପରାହ୍ନ ଚାରିଟା ସମୟରେ ବାଲିଆ ଶିଶୁ ମନ୍ଦିରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁ ପୁର୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ବିଶେଷ ଅତିଥି ରୂପେ ଓ ବିଦ୍ୟାଳୟର ସଭାନେତ୍ରୀ କାଞ୍ଚନବାଳା ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଭଗବାନ ବେଦବ୍ୟାସଙ୍କ ପୂଜନ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଜିଲ୍ଲା ସଭାପତିଙ୍କ ସ୍ବାଗତ ସୂଚନା ପରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଦ୍ୟାଳୟର ୨୮ ଗୁରୁମାଆ ଓ ୧୪ ଗୁରୁଜୀଙ୍କୁ ପୂଜନ କାର୍ଯ୍ୟରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ, ବିଧାୟକ ଶ୍ରୀଯୁକ୍ତ ଦାସ, ସଭାପତି ଶ୍ରୀଯୁକ୍ତ ବେହେରାଙ୍କ ସହିତ ଶୁଭଙ୍କର ମହାପାତ୍ର, ପର୍ଶୁରାମ ପରିଡ଼ା, ଶ୍ରୀନିବାସ ପ୍ରଧାନ, ବିଜୟ ସାହୁ, ଶୋଭନ ମହାନ୍ତି, ସୁଷମା ରାଣୀ ବିଶ୍ବାଳ, ସିପ୍ରା ରେଖା ମହାପାତ୍ର, କମଳା ବିନ୍ଧାଣୀ, ମମତା ମହାପାତ୍ର, ମୀନାକ୍ଷୀ ମହାପାତ୍ର, ସସ୍ମିତା ଚାନ୍ଦ, ମହୁଆ ପ୍ରଧାନ, କାର୍ତ୍ତିକ ଗିରୀ, ଉମାକାନ୍ତ ପଣ୍ଡା ଇତ୍ୟାଦି ସହଯୋଗ କରିଥିଲେ। ଶେଷରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ସମାରୋପ ବ୍ୟକ୍ତବ୍ଯରେ ଗୁରୁ ପୂଜନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ।