ଗୁରୁଦେବ କ୍ଲିନିକ ବିଧାୟକଙ୍କ ଦ୍ୱାରା ଉଦଘାଟନ

 ଛତ୍ରପୁର : ଛତ୍ରପୁର ସହର ରିକାପଲ୍ଲୀ ଛକ ଷ୍ଟିତ ଗୁରୁଦେବ କ୍ଲିନିକକୁ ଆଜି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉଦଘାଟନ କରିଛନ୍ତି । ଛତ୍ରପୁର ସହରରେ ପ୍ରଥମ କ୍ଲିନିକ ଯାହା ଅଲଟ୍ରାସାଉଣ୍ଡ ସହିତ ଅନ୍ୟାନ୍ୟ ଚିକିତ୍ସା ସୁବିଧା ଏବଂ ଉଚ୍ଚକୋଟିର ଯନ୍ତ୍ରପାତିର ଉପଲବ୍ଧ ରହିଥିବା ନେଇ ବିଧାୟକ ଶ୍ରୀ ନାୟକ ଅନୁଷ୍ଠାନକୁ ପ୍ରଂଶସା କରିବା ସହ  ଉତରତୋର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନର ମୁଖ୍ୟ ପରିଚାଳକ ଟୁଟୁ ସେନାପତି ଅତିଥିମାନଙ୍କୁ ସ୍ୱାଗତ କରିବା ସହ କ୍ଲିନିକ ରେ ଉପଲବ୍ଧ ଥିବା ସମସ୍ତ ମେସିନ ଓ ତାହାର କାର୍ଯ୍ୟକାରିତା ସମ୍ୱନ୍ଧରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ପୂର୍ବତନ ସମିତିସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ବନୋଜ ନାହାକ, ରାଜେନ୍ଦ୍ର ସେନାପତି, ଲଷ୍ମୀ ନାରାୟଣ ପଣ୍ଡା ଏବଂ କ୍ଲିନିକର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ