ଶାସଙ୍ଗ ହାଇସ୍କୁଲରେ ଗୁରୁଦିବସ ପାଳିତ

ହାଟଡିହି (ଓ୍ବାଇଏନଏସ): ପଂଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗ ଠାରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାଧାକୃଷ୍ଣ ପତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନବକିଶୋର ବିଶ୍ୱାଳ, ସ୍ବତନ୍ତ୍ର ଅତିଥି ଭାବେ ଶିକ୍ଷାବିତ ଶ୍ରୀଯୁକ୍ତ ବିଦ୍ୟାଧର କର ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ବିନୋଦ ବିହାରି ପଣ୍ଡା, ସମ୍ମାନିତ ଅତିଥି ଭାବେ ସିଆର ସି ସି ଶ୍ରୀଯୁକ୍ତ ଅଞ୍ଜନ କୁମାର ଦାସ, ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହେରା,  ଶିକ୍ଷକ ଶ୍ରୀଯୁକ୍ତ ମାଧବାନନ୍ଦ ଜେନା, ଶିଶିର କୁମାର ବିଶ୍ୱାଳ, ଲଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା,  ଶାନ୍ତନୁ କୁମାର ରାଉତ ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନ ଓ ଶିକ୍ଷା ନିମନ୍ତେ ଶିକ୍ଷକର ଆବଶ୍ୟକତା ବିଷୟରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ।  ଆୟୋଜିତ ପ୍ରତିଯୋଗିତାରେ ଅମ୍ରିତା ମହାନ୍ତି ପ୍ରଥମ, ବିଶ୍ଵଶ୍ୱରୀ ବେହେରା ଦ୍ୱିତୀୟ, ରୂପାଲି ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ ଶ୍ରୀଯୁକ୍ତ ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ରମେଶ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ