ଦିଗପହଣ୍ଡି ବିଧାୟକ କଲେ ଗୁରୁପୂଜନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ଗୁରୁ ମାନଙ୍କ ବାସଭବନ ରେ ପହଞ୍ଚି ସେମାନଙ୍କୁ ବନ୍ଦାପନା ଓ ପୂଜାର୍ଚ୍ଚନା କରିବା ସହ ସମ୍ମାନିତ କରିଥିବା ଜଣାପଡିଛି।ସେହି ପୂଜ୍ଯ ଗୁରୁ ମାନଙ୍କ ମଧ୍ୟରେ ବୋରିପଦର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଗପହଣ୍ଡି ର ଗିରୀଶ ଚନ୍ଦ୍ର ମିଶ୍ର, ଭିଷ୍ମଗିରି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ପାଢୀ, ରାମଜୀ ମଠର ମହନ୍ତ ପଦ୍ମଲୋଚନ ଦାସ, ବମକୋଇ ଗ୍ରାମର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରହ୍ଲାଦ ନାଟକ ଗୁରୁ ସିମାଞ୍ଚଳ ପାତ୍ର ଏବଂ ପଦ୍ମନାଭପୁର ଗ୍ରାମର ପଶୁମୁଖା କାରିଗର କଇରା ରେଡ୍ଡୀ ରହିଛନ୍ତି।ବିଧାୟକଙ୍କ ଏଭଳି ଅଭିନବ ଗୁରୁପୂଜନ କାର୍ଯ୍ୟକ୍ରମକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି।


