ବିଶ୍ୱ ବନ ଦିବସରେ ହଦଗଡ଼ ବନପାଳ ମଳୟ ରଞ୍ଜନ ସାହୁ ପୁରସ୍କୃତ
ହାଟଡିହି (ଓ୍ବାଇଏନଏସ): ଆଜି ବିଶ୍ୱ ବନ ଦିବସରେ ହଦଗଡ଼ ବନପାଳ ମଳୟ ରଞ୍ଜନ ସାହୁଙ୍କୁ ପୁରସ୍କୃତ କରାଯାଇଛି। ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ବିଶ୍ୱ ବନ ଦିବସ ପାଲିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବିଭାଗୀୟ ସଚିବ, ମୁଖ୍ୟ ବନ ସଂରକ୍ଷକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ୪ଜଣ ବନାଞ୍ଚଳ ଅଧିକାରୀ, ୧୨ଜଣ ବନପାଳ ଓ ୨୪ଜଣ ବନରକ୍ଷୀଙ୍କୁ ସେମାନଙ୍କ କଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା। କେନ୍ଦୁଝର ଜିଲ୍ଲାରୁ ଏକମାତ୍ର ବନପାଳ ଭାବେ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମନୋନୀତ ହୋଇଥିଲେ। ହଡ଼ଗଡ଼ ବନାଞ୍ଚଳରେ ବନପାଳ ଭାବେ କାର୍ଯ୍ୟରତ ମଳୟ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ପୁଷ୍ପଗୁଛ, ମାନପତ୍ର ସହିତ ୧୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ତାଙ୍କୁ ଏପରି ପୁରସ୍କୃତ କରାଯାଇ ଥିବାରୁ ସେ ଆନନ୍ଦପୁର ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା , ରେଞ୍ଜର ମାର୍ସଲ କିସ୍କୁ ଓ ଅନ୍ୟ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମସ୍ତ ସହଯୋଗୀ, ସହକର୍ମୀଙ୍କ ଯୋଗୁଁ ଆଜି ସେ ପୁରସ୍କୃତ ହେଲେ ବୋଲି କହିଛନ୍ତି।


