ପତ୍ନୀହନ୍ତା ହାତରେ ପଡିଲା ହାତକଡ଼ି : ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ପତ୍ନୀ କୁ ଆକ୍ରମଣ ତାହା ପୁଣି ନିଶା ଶକ୍ତ ଅବସ୍ଥାରେ ବିଭିନ୍ନ ସମୟରେ ଅକଥନିୟ ଅତ୍ୟାଚାର ପରେ ନିଖୋଜ ର ଚାରି ଦିନ ପରେ ମହିଳା ଙ୍କ ଗଳିତ ମୃତ ଦେହ ଦେବୀ ନଦୀ କୂଳରୁ ମିଳିବା ପରେ ବଢ଼ିଛି ସସ୍ପେନ୍ସ। ମହିଳା ଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା।ଦ୍ୱିତୀୟ ଦିନରେ ପୁରୀ ସାଇଣ୍ଟିଫିକ ଟିମ୍ ସହ ପୋଲିସ ର ଶାଶୁ ଘର ଲୋକଙ୍କୁ ଘଣ୍ଟା ଘଣ୍ଟା ଜେରା। ଯାହାକି ଖୋଲିବ କି ନିଖୋଜ ମହିଳା ଲିଲିପ୍ରଭା ଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା। ଖବର ମୁତାବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ତାଳଦା ଗ୍ରାମର ଅଜୟ ନାୟକ ଙ୍କ ପତ୍ନୀ ଲିଲିପ୍ରଭା ନାୟକ ଗତ ୧୮ତାରିଖ ନିଖୋଜ ହୋଇଥିବା ବେଳେ ଲିଲିଙ୍କ ବାପା ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଲିଲି ଙ୍କ ଭାଇ ଙ୍କ ଅଭିଯୋଗ ମୁତାବକ ଭଉଣୀ ଲିଲି କୁ ଭିଣୋଇ ଅଜୟ ଓ କିଛି ସହଯୋଗୀ ମାରି ଦେଇ ଲୁଚାଇ ଥିବା ଗଣମାଧ୍ୟ୍ୟମ ସାମ୍ନାରେ କହିଥିବା ବେଳେ ଚାରି ଦିନ ପରେ ଅଥବା ଅଗଷ୍ଟ ୨୧ ଗୁରୁବାର ଦିନ ଦେବୀ ନଦୀ ପାର୍ଶ୍ୱବର୍ତ୍ତୀ ପଥରଡି ନିକଟରୁ ମହିଳା ଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହାକୁ ନେଇ ଲିଲି ଙ୍କ ବାପ ଘର ଲୋକଙ୍କ ମୁଣ୍ଡରେ ଚଡକ ପଡ଼ିଥିବା ବେଳେ କେମିତି ହେଲା ମହିଳା ଙ୍କ ମୃତ୍ୟୁ? ହତ୍ୟା ପରେ ପ୍ରମାଣ ନଷ୍ଟ ପାଈଁ ଏମିତି କରାଯାଇ ଥିଲା କି? ଯାହାକୁ ନେଇ ଶୁକ୍ରବାର ଦିନ ଅପରାହ୍ନ ରେ ପୁରୀ ସାଇଣ୍ଟିଫିକ ଟିମ୍ ଅଧିକାରୀ ଆଦିତ୍ୟ ରଞ୍ଜନ ନାୟକ, ରମେଶ ଚନ୍ଦ୍ର ବାରିକ, ବିଶ୍ୱଜିତି ସାହୁ, ଅସ୍ତରଙ୍ଗ ଥାନା ଅଧିକାରୀ ଦୁର୍ଗା ଚରଣ ମହାପାତ୍ର ଲିଲିଙ୍କ ସ୍ୱାମୀ ଅଜୟ ନାୟକ ଙ୍କ ତାଳଦା ବାସଭବନ ରେ ପହଂଚି ମହିଳା ଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଈଁ ପରିବାର ଲୋକଙ୍କୁ ଘଣ୍ଟା ଘଣ୍ଟା ଜେରା ସହ ପାରିପାର୍ଶ୍ଵିକ ସ୍ଥିତିରୁ ଅନୁସନ୍ଧାନ କରିଥିଲେ।ଅନ୍ୟ ପଟେ ଲିଲିପ୍ରଭା ନାୟକ ସ୍ୱାମୀ ଅଜୟ ନାୟକ ଗୁରୁବାର ଠାରୁ ଅସ୍ତରଙ୍ଗ ଥାନାରେ ଅଟକ ଥିବା ବେଳେ ଥାନା କେଶ ନମ୍ବର ୧୭୨/୨୫ରେ ମାମଲା ରୁଜୁ କରି ଅଦାଲତ ଚାଲାଣ ହୋଇ ଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ଅଜୟ ନାୟକ ଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଯାଇଛି ବୋଲି ଅସ୍ତରଙ୍ଗ ଥାନା ପକ୍ଷରୁ ସୂଚନା ମିଳିଛି। ଯାହା ସୂଚନା ମିଳିଛି ପୋଷ୍ଟ ବଟମ ରିପୋର୍ଟ ଓ ସାଇଣ୍ଟି ଫିକ ରିପୋର୍ଟ ଆସିବା ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ଜଣା ପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ