ହରିପୁରରେ ଝୁଲଣ ଯାତ୍ରା ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବଡ଼ ମହିଷଗୋଠ ପଞ୍ଚାୟତ ହରିପୁର ଗ୍ରାମରେ ଚାଲିଥିବା ଝୁଲଣଯାତ୍ରା ଶନିବାର ବିଳମ୍ବିତ ରାତ୍ରରେ ଉଦ୍ଯାପିତ ହୋଇଯାଇଛି। ଏକାଦଶୀ ତିଥିରୁ ଏହା ଆରମ୍ଭ ହୋଇଥିବା ବେଳେ ଶ୍ରାବଣ ପୂର୍ଣ୍ଣିମାରେ ଶେଷ ହୋଇଥିଲା। ନରେନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ୫ଦିନ ବ୍ୟାପି ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତ୍ୟହ ସନ୍ଧ୍ୟାରେ ପ୍ରାଚୀନ ସ୍ୱର ଶୈଳୀରେ ଝୁଲଣ ଗୀତ ପରିବେଷଣ କରାଯାଇଥାଏ। ମୁଖ୍ୟ ଗାୟକ ଉପେନ୍ଦ୍ର ନାଥ ଶତପଥି, ବନମାଳୀ ପଣ୍ଡା, ନରେନ୍ଦ୍ର ପଣ୍ଡା, ଜ୍ୟୋତି ଶଙ୍କର ପଣ୍ଡା, ବାବାଜି ନାୟକ, ଗିରିଜା ଶଙ୍କର ପଣ୍ଡା, ମୁଖ୍ୟ ବାୟକ ଲକ୍ଷ୍ମୀଧର ବାରିକ, ସଞ୍ଜବି କୁମାର ଶଥପଥି ପ୍ରମୁଖ ରାଧାକୃଷ୍ଣ ମିଳନ ଗୀତ ପରିବେଷଣ କରିଥିଲେ। ଶେଷରେ ପୂର୍ଣ୍ଣ ଆଳତି ସହ ଝୁଲଣ ଯାତ୍ରା ଉଦ୍ଯାପିତ ହୋଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।