ହନୁମାନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ନୂଆସାହି ଠାରେ ଶ୍ରୀ ସିଦ୍ଧବୀର ହନୁମାନଙ୍କ  ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଶନିବାର ଠାରୁ ଶୁଭାରମ୍ଭ ହୋଇଛି ।ଏହି ଆଧ୍ୟାତ୍ମିକ ମହୋତ୍ସବ ଅବସରରେ ୭ ଦିନ ବ୍ୟାପି ହୋମଯଜ୍ଞ ନାମଯଜ୍ଞ ଅନୁଷ୍ଠିତ କରାଯିବ। ଶନିବାର ସକାଳେ ପଣ୍ଡିତ ନୀଳକଣ୍ଠ ଶତପଥୀଙ୍କ ପୈାରହିତ୍ଯରେ  ୮ ଶହରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଗାଁ ନିକଟସ୍ଥ ବଡନଦୀରୁ ମା ‘ ଗଙ୍ଗାମାତାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରିବା ପରେ ମସ୍ତକରେ ପୂର୍ଣ୍ଣ କଳସ ଧରି ଶୋଭାଯାତ୍ରା ରେ ଯଜ୍ଞସ୍ଥଳ ରେ ପହଞ୍ଚିଥିଲେ। କର୍ତ୍ତା ରୂପେ ଡମ୍ବରୁ ପ୍ରଧାନ ଓ ସହଧର୍ମିଣୀ ଅମିତା ପ୍ରଧାନ ଦାୟିତ୍ଵ ତୁଲାଇଥିଲେ। ସ୍ଥାନୀୟ ସରପଞ୍ଚ ଗୌରୀ ବିଷୋୟୀ, ମହୋତ୍ସବ କମିଟି ସଭାପତି ସନ୍ତୋଷ କୁମାର ନାୟକ , ଉପସଭାପତି ଶିବରାମ ବିଷୋୟୀ , ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ , କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ବିଷୋୟୀ , ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ବିଷୋୟୀ ଙ୍କ ସମେତ କମିଟି ସଦସ୍ୟ ବୃନ୍ଦ ଏବଂ ଗ୍ରାମବାସୀ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ