ହନୁମାନ ଜୟନ୍ତୀ ପାଳିତ

ଆସିକା  (ୱାଇଏନ୍‍ଏସ୍‍) : ଆଜି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ରାମ ଓ ହନୁମାନ ମନ୍ଦିରରେ ସଙ୍କଟମୋଚନ ହନୁମାନ ଜୟନ୍ତୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ସଙ୍କଟ ମୋଚନ ହନୁମାନଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା । ମନ୍ଦିର ପରିସରରେ ହନୁମାନ ଚାଳିଶା ପାଠ, ପୂଜା, ହୋମ, ଘୃତଯଜ୍ଞ, ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ସ୍ଥାନୀୟ ସବଜେଲ୍ ନିକଟରେ ଥିବା ହନୁୁମାନ ମନ୍ଦିର, ଲାଲାଗୋର୍ଜି ଛକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର, ଅଭୟନୃସିଂହ ମନ୍ଦିର ପରିସରରେ ଥିବା ହନୁମାନ ବିଗ୍ରହ, କାଳଷଣ୍ଢପୁର ଦଣ୍ଡକାଳୀ ମନ୍ଦିର ପରିସରରେ ଥିବା ହନୁମାନ ବିଗ୍ରହ, ଗାନ୍ଧୀନଗର ହନୁମାନ ମନ୍ଦିର, ପାଟଳିଗୁଡା ହନୁମାନ ମନ୍ଦିର, ଅଶୋକ ସିନେମା ହଲ ନିକଟରେ ଥିବା ହନୁମାନ ମନ୍ଦିର ଓ ଧୋବାଡି ହନୁମାନ ମନ୍ଦିର, କୋଟିନଡା ହନୁମାନ ମନ୍ଦିର, ବାବନପୁର ହନୁମାନ ମନ୍ଦିର, ଚିନିିଶିଳ୍ପ ନୂଆଗାଁ ଦଣ୍ଡକାଳୀ ମନ୍ଦିର ପରିସରରେ ହନୁମାନ ବିଗ୍ରହ, ଭେଟନଇ ଗ୍ରାମରେ ଥିବା ହନୁମାନ ମନ୍ଦିର, ଆସିକା ଶିରିଡି ସାଇ ମନ୍ଦିର ପରିସରରେ ପୂଜା ପାଉଥିବା ହନୁମାନ ମନ୍ଦିର, ମୁକୁନ୍ଦପୁର ଗ୍ରାମ ହନୁମାନ ମନ୍ଦିର ସମେତ ସମସ୍ତ ବଜରଙ୍ଗବାଲୀଙ୍କ ମନ୍ଦିର ଗୁଡିକରେ ଏହି ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା । ସଙ୍କଟମୋଚନ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଲାଗି ମନ୍ଦିର ଗୁଡିକରେ ଦିନତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗି ରହିଥିଲା ବେଳେ ମନ୍ଦିର ଗୁଡିକରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ