ପଖାଳ ଦିବସ ପାଳିତ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ) :-୨୦/୦୩:-“ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚଷା, ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା, ଓଡିଶା ମୋ ଓଡିଶା ଏଭଳି ଅନେକ ଗୀତ ପଖାଳକୁ ନେଇ ରହିଛି।ପଖାଳ ଏକ ଖାଦ୍ୟ ନୁହେଁ, ଏହା ପ୍ରତିଟି ଓଡିଆଙ୍କର ଆବେଗ। ପୂର୍ବରୁ ଆନୁଷ୍ଠାନିକ ଭାବେ ଏହି ଦିବସ ପାଳନ ହେଉନଥିବାରୁ ଏହାର ଉତ୍ପତି ବିଷୟରେ ବିଶେଷ ତଥ୍ୟ କାହାରି ପାଖରେ ନାହିଁ। ତେବେ ଏହା ଯେ ଓଡିଆଙ୍କ ପ୍ରିୟ। ସେଥିରେ କୌଣସି ଦ୍ବିମତ ନାହିଁ। ୨୦୧୧ମସିହାରୁ କିଛି ଖାଦ୍ୟ ପ୍ରେମୀ ଏହି ଦିବସ ପାଳନ କରିଥିଲେ। ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଈଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା।ତେଣୁ ଏହା ମାର୍ଚ୍ଚ ୨୦ପାଳନ ହେଉଛି ପଖାଳ ଦିବସ। ଧନୀ ହେଉ କି ଗରିବ ସମସ୍ତେ ପଖାଳ ଖାଇବାକୁ ପସନ୍ଦ କରନ୍ତି। ପୂର୍ବରୁ ଅଭାବୀ ଚାଷୀ ପରିବାରର ଚଷା ପୁଅ ଯେତେବେଳେ ବିଲକୁ କାମରେ ଯାଉଥିଲା ଗାମୁଛାରେ ପଖାଳ କଂସାଟିଏ ବାନ୍ଧି ନେଇ ଯାଉଥିଲା। ଓଡ଼ିଆ ମାନେ ଯେଉଁଠି ଥାଆନ୍ତୁ ନାଁ କାହିଁକି ପଖାଳ ପ୍ରତି ସବୁବେଳେ ସେମାନଙ୍କ ଆକର୍ଷଣ ରହି ଆସିଛି। ସେଇଥି ପାଈଁ କଥାରେ ଅଛି ଝୁରି ହେଉଛି ଦିନ କାଳ, ମନ ଖୋଜୁଛି ସେ କାଳ ପଖାଳ। ଏହି ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ସବୁଜ ଶାଖା “ଆନୁକୂଲ୍ୟରେ ୪ର୍ଥ ବର୍ଷ ପଖାଳ ଦିବସ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଅଞ୍ଚଳ ଶିକ୍ଷାବିତି, କବି, କବିୟତ୍ରୀ ଓ ସମାଜସେବୀ ମାନଙ୍କୁ ନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ରେ କବି ଓ କବିୟତ୍ରୀ ମାନଙ୍କ ଦ୍ୱାରା ପଖାଳ ସମ୍ବନ୍ଧୀୟ କବିତା ଆବୃତ୍ତି କରାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ପିଜା, ବର୍ଗର ଓ ନୁଡୁଲ୍ସ ଭିତରେ ଅଣନିଶ୍ୱାସୀ ହୋଇ ପଡ଼ିଥିବା ପଖାଳ ଏବେ ନିଜର ପୂର୍ବ ଗୌରବ ଫେରିପାଇଛି।ଅସ୍ତରଙ୍ଗ ସବୁଜ ଶାଖା ପରିସରରେ ସ୍ଥାନୀୟ ଅଞ୍ଚଳ ଶିକ୍ଷାବିତି, ସମାଜସେବୀ, ବୁଦ୍ଧିଜୀବୀ, ଗଣ ମାଧ୍ୟ୍ୟମ ପ୍ରତିନିଧି ଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ଅତିଥି ଉପସ୍ଥିତରେ ପଖାଳ ଦିବସରେ ଦହି ପଖାଳ ସହ ୩୦ପ୍ରକାର ରୁ ଉର୍ଦ୍ଧ ଖାଦ୍ୟ ପ୍ରସ୍ତୁତ କରି ପରସା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସବୁଜଶାଖାର ଉପଦେଷ୍ଟା ତଥା ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ, ଅସ୍ତରଙ୍ଗ ମିଡ଼ିଆ ଫୋରମ୍ ସଭାପତି ବିଜୟ ବେହେରା ଶିକ୍ଷାବିତି ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।


