ସରକାରୀ ମହିଳା ମହାବିଦ୍ୟାଳୟରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଭାରତ ସରକାରଙ୍କ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ସରକାରୀ ମହିଳା ମହାବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ସହଯୋଗରେ ଗୁରୁବାର ସକାଳ ଆଠ ଘଟିକା ସମୟରେ ‘ହର ଘର ତ୍ରୀରଙ୍ଗା’ ଅଭିଯାନ କରାଯାଉଛି। ଏହି ତ୍ରିରଙ୍ଗା ରାଲିରେ ଶତାଧିକ ଛାତ୍ରୀ ଜାତୀୟ ପତାକା ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ନେତୃତ୍ବରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ସମୂହ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରୁ ଜିଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦ ଯାତ୍ରା ଅବସରରେ ଛାତ୍ରୀମାନଙ୍କ ଦ୍ବାରା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନସାଧାରଣ ଉଦ୍ଦେଶ୍ୟରେ ଜନ ସଚେତନ ମୂଳକ ଏକ ଦେଶାତ୍ମବୋଧକ ନାଟକ ଓ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ଦର୍ଶକ ରୁଣ୍ଡ ହୋଇଥିବା ସହ ଲୋକଙ୍କ ବେଶ୍ ଆଦୃତ ଲାଭ ମଧ୍ୟ ହୋଇ ପାରିଛି । ଏହି ପରିକ୍ରମାରେ ଯୋଗଦେଇ ସରକାରଙ୍କର ମହତ ଉଦ୍ଦେଶ୍ୟକୁ ସାଧିତ କରିବା ସହ ଜନ ସାଧାରଣଙ୍କ ମନରେ ଉତ୍ସାହ ଓ ଜାତୀୟତା ଭାବ ଆଣିବାରେ ସହାୟକ ହୋଇଥିଲେ । ବିଶେଷ ଭାବରେ ପିଲାମାନଙ୍କ ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଜାତୀୟ ପତାକା ପ୍ରତି ସମ୍ମାନ ଓ ଜାତୀୟତା ପ୍ରତି ସ୍ୱାଭିମାନ ଏବଂ ଦେଶ ଭକ୍ତିର ଭାବନା, ବିଶ୍ୱାସକୁ ମଜଭୁତ କରିବା । ଭାରତ ସରକାର ପକ୍ଷରୁ ୧୩ ଅଗଷ୍ଟରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର, କାର୍ଯ୍ୟାଳୟ, ବ୍ୟବସାୟିକ ସଂସ୍ଥାନ ଓ ସର୍ବସାଧାରଣ ସ୍ଥାନରେ ତିରଙ୍ଗା ପତାକା ଉତ୍ତୋଳନ କରିବା ପାଇଁ ଆହ୍ୱାନ କରାଯାଇଛି। ଏହି ଅବସରରେ ଯୋଗ ଦେଇଥିବା ଅତିଥିମାନେ, ଅଧ୍ୟାପିକ ଅଧ୍ୟାପିକାମାନେ ଦେଶପ୍ରତି ଥିବା ମମତ୍ଵବୋଧ ସମ୍ପର୍କିତ ପ୍ରୋତ୍ସାହନ ଦେବା ସହ ଦେଶ ସ୍ଵାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ମହାନ୍ ଦେଶପ୍ରେମୀମାନଙ୍କୁ ମନେ ପକେଇବା ଉଦ୍ଦେଶ୍ୟରେ ‘ହର୍ ଘର୍ ତ୍ରିରଙ୍ଗା’ର ଅଭିପ୍ରାୟ ବୋଲି ପିଲାମାନଙ୍କୁ ଜଣାଇଥିଲେ ।