୪୦% ବିଦ୍ୟାଳୟର ଛାତ୍ରଛାତ୍ରୀ ପାଇନାହାନ୍ତି ୟୁନିଫର୍ମ 

ହାଟଡିହି,(ଓ୍ବାଇଏନଏସ): ଶିକ୍ଷା ବର୍ଷକୁ ୯ ମାସ ବିତିଯାଇଥିଲେ ବି ସ୍କୁଲ ପିଲାଙ୍କୁ ୟୁନିଫର୍ମ ବଣ୍ଟନ ହୋଇ ପାରିଲାନି। ପୋଷାକ ମିଳିନଥିବାରୁ ପୁରୁଣା ପିନ୍ଧୁଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ୬ମାସ ତଳୁ ସରକାର ନିର୍ଦ୍ଦେଶ ଦେଇଥିଲେ ବି ତାହା ଆଜି ଯାଏ ସବୁ ସ୍ଥାନରେ କାର୍ଯ୍ୟକାରୀ ହୋଇପାରିନି। ଶିକ୍ଷାବର୍ଷ ସରିବାକୁ ବସିଥିଲେ ବି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ୍ ରେ ୪୦% ବିଦ୍ୟାଳୟର ଛାତ୍ରଛାତ୍ରୀ ପାଇନାହାନ୍ତି ଡ୍ରେସ୍। ପୁରୁଣା ୟୁନିଫର୍ମ କୁ ପୁରୁଣା ଜୋତା ପିନ୍ଧି ସ୍କୁଲ ଆସୁଛନ୍ତି ଛାତ୍ରଛାତ୍ରୀ। କହିବେ କାହାକୁ ଶୁଣିବ ବା କିଏ ଏହି ନୀତିରେ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଚୁପ। ହାଟଡିହି ବ୍ଲକର ୩୧ଟି ଯାକ ପଞ୍ଚାୟତରେ ପ୍ରଥମରୁ ପଞ୍ଚମ ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୬୦ଟି ବିଦ୍ୟାଳୟ ସହ ୪୭ଟି ଉଚ୍ଚବିଦ୍ୟାଳୟ ଓ ୨ଟି ସଂସ୍କୃତ ବିଦ୍ୟାଳୟ ରହିଛି। ବିଦ୍ୟାଳୟ ଗୁଡିକର ୧୮୫୫୬ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇ ଦେବା ପାଇଁ ଚଳିତ ବର୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ଦାୟିତ୍ଵ ଦିଆଯାଇଛି। ବିଡିଓଙ୍କ ଅଧ୍ୟକ୍ଷତାରେ ବିପିସି, ବ୍ଳକ୍ ମହାସଂଘ, ସିଡିପିଓ, ବ୍ଳକ୍ ଶିକ୍ଷାଧୂକାରୀ ପ୍ରମୁଖ ବୈଠକ କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ବୟଂ ସହାୟକ ଗାଷ୍ଠୀ ଓ କିଛି ବ୍ୟବସାୟୀଙ୍କ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଯୋଗାଇ ଦିଆଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଆବେଦନ କରିଥିବା ୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଚୟନ କରାଯାଇଥିବା ବେଳେ ୩ଜଣ ବ୍ୟବସାୟୀ ଙ୍କୁ ପୋଷାକ ଯୋଗାଇବାକୁ ନିର୍ଦେଶ ଦିଆ ଯାଇଥିଲା। ସରକାର ଅଗଷ୍ଟ ୨୫ ତାରିଖ ସୁଧା ୟୁନିଫର୍ମ ଦେବାକୁ ନିର୍ଦେଶ ଦେଇଥିବା ବେଳେ ହାଟଡିହି ବ୍ଲକରେ ଭେଣ୍ଡର ନିରୂପଣ ରେ ବିଳମ୍ବ ହୋଇଥିକେ ବି ବଣ୍ଟନ ପାଇଁ କୌଣସି ସମୟ ନିର୍ଧାରଣ କରିନଥିଲେ। ଫଳରେ ବଣ୍ଟନ ଦାୟିତ୍ୱ ନେଇଥିବା ସଂସ୍ଥା ଗୁଡ଼ିକ ନିଜ ଇଚ୍ଛା ମତେ ବଣ୍ଟନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ ହଜାରଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇ ଥିବା ବେଳେ ୭ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଙ୍କୁ ୟୁନିଫର୍ମ ଦିଆ ଯାଇ ପାରିନି। ସବୁଠାରୁ ଗୁରୁତ୍ୱପୂର୍ଣ କଥା ଯେ ୯ମ ଓ ୧୦ମ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଦାନ ଆସିନଥିବାରୁ ଛାତ୍ରଛାତ୍ରୀ ମାନେ ୟୁନିଫର୍ମରୁ ବଞ୍ଚିତ ଅଛନ୍ତି। ମୋଟ ୪ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ୯ମ ଓ ୧୦ମରେ ପଢ଼ୁଥିବା ବେଳେ ଚିରା ଫଟା ପୋଷାକ ପିନ୍ଧି ସ୍କୁଲ ଆସୁଛନ୍ତି। ସେହିପରି ସରକାର ପ୍ରଥମ ଥର ପାଇଁ ସ୍କୁଲ ମାନଙ୍କରେ ବାଲବାଟିକା ଆରମ୍ଭ କରିଥିବା ବେଳେ ସେମାନଙ୍କ ପାଇଁ କୌଣସି ଯୋଜନା ଲାଗୁ କରିନାହାନ୍ତି। ଗୋଟିଏ ବିଦ୍ୟାଳୟ ପରିସରରେ ଥିବାବେଳେ ବରିଷ୍ଠ ଛାତ୍ରଛାତ୍ରୀ ମାନେ ପୋଷାକ ପାଉଥିବା ବେଳେ ଏହି କୁନି କୁନି ଛାତ୍ରଛାତ୍ରୀଙ୍କୁ ଅଣଦେଖା କାହିଁକି। ଅଙ୍ଗନବାଡି ଛାତ୍ରଛାତ୍ରୀ ଙ୍କୁ ମିଳୁଛି ଅଥଚ ଵାଲ ବାଟିକା ଛାତ୍ରଛାତ୍ରୀ ଙ୍କୁ ନୁହଁ। ହାଟଡିହି ବ୍ଲକରେ ଏବେ ୨୪୦୦ରୁ ଉର୍ଦ୍ଧ ଵାଲ ବାଟିକା ଛାତ୍ରଛାତ୍ରୀ ଥିବାବେଳେ ସେମାନଙ୍କୁ ୟୁନିଫର୍ମ ମିଳୁ ନଥିବାରୁ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିଜାରୀ ରାଜୀବ ଦଳେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ଯୋଗାଣକରି ସଂସ୍ଥା ତତ୍ପରତା ଦେଖାଉ ନାହାନ୍ତି। ଆମେ ଅତିଶୀଘ୍ର କମିଟି ଡକାଇ ପ୍ରଥମରୁ ଅଷ୍ଟମ ପିଲାଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟ ଶେଷ କରିବୁ ବୋଲି କହିଛନ୍ତି। ବାଲ ବାଟିକା ଛୁଆଙ୍କ ପାଇଁ ସରକାର ଯାହା ନିଷ୍ପତି ନେବେ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ