ବାଲିପଦର ମକର ପଡିଆରେ ହରି ହର ମିଳନ ଉତ୍ସବ

ବୁଗୁଡ଼ା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଳକ ଅନ୍ତର୍ଗତ ବାଲିପଦର ମକର ପଡିଆରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ହରି ହର ଭେଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା କ୍ରମେ କେଉଁ ପ୍ରାଚୀନ କାଳରୁ ମହାପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ବର, ଶ୍ରୀ ରଘୁନାଥ, ଶ୍ରୀ ଦଧିବାମନ ମହାପ୍ରଭୁ ପ୍ରତିବର୍ଷ ଥରଟିଏ ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ମକର ପଡିଆରେ ତିନି ଠାକୁରଙ୍କ ମିଳନ ହୋଇ ଏକ ଆଧ୍ଯାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ମନସ୍କାମନା ପୁର୍ଣ୍ଣ ପାଇଁ ହରି ହର ପ୍ରଭୁଙ୍କ ମିଳନ ସ୍ଥଳକୁ ମୁଆଁ ଫୋପାଡି ଥାନ୍ତି। ଏହି ଦୃଶ୍ୟ ଖୁବ ମନ ମୁଗ୍ଧକର ହୋଇଥାଏ। ଅଞ୍ଚଳରୁ ପ୍ରାୟ ପାଞ୍ଚ ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ମକର ମିଳନ ପରେ ତିନି ଠାକୁରଙ୍କୁ ନଗର ପରିକ୍ରମା କରାଇଥିଲେ। ତିନି ଠାକୁର ଙ୍କ ଟ୍ରଷ୍ଟି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥାନ୍ତି। ଦୁଇ ଶହ ବର୍ଷରୁ ଉର୍ଦ୍ଧ୍ବ ଏହି ପରମ୍ପରା ଯାତ୍ରା ଯୁବପିଢ଼ିକୁ ବେଶ୍ ଉତ୍ସାହିତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ