କାଗଜ କଲମରେ ତାଲିମ୍ ନାଁରେ ହରିଲୁଟ: ଦାବୀ ପୂରଣ ନ ହେଲେ ବିଧାନସଭା ଆଗରେ ଆତ୍ମହୂତି ଦେବାକୁ ଚେତାବନୀ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଆଶା, ଏଏନଏମ, ଆଶା ସାଥି, ଜୀବିକା ମିଶନ ସମ୍ପର୍କିତ ବିଭିନ୍ନ ପଦ ପଦବୀରେ ଥିବା କର୍ମୀ ମାନଙ୍କୁ ତାଲିମ୍ ପ୍ରଦାନ କରୁଥିବା ପ୍ରଶିକ୍ଷକ ମାନେ ଆଜି ଅବହେଳିତ, ଯାହାକୁ ନେଇ ବୁଧବାର ପୁରୀ ଜିଲ୍ଲା ଅସ୍ତରଙ୍ଗ ଲକ୍ଷ୍ମୀ କଲ୍ୟାଣୀ ମଣ୍ଡପରେ ପୁରୀ ଜିଲ୍ଲା ସବଂଳ ବ୍ୟକ୍ତି ମାନଙ୍କ ତରଫରୁ ବରିଷ୍ଠ ତାଲିମ୍ ଦାତା ତଥା ରାଜ୍ୟ ଆବାହକ ସ୍ୱାସ୍ଥ୍ୟ ମିଶନ ସଙ୍ଘ ସଭାପତି ଶ୍ରୀଯୁକ୍ତ ଲଳିତ କୁମାର ସାହୁ ଙ୍କ ସଭାପତିତ୍ବରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସହ ଆବାହକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା ନିଜ ବକ୍ତବ୍ୟରେ କହିଥିଲେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆମେ ଅନୁଭବ କରୁଛୁ ପ୍ରଶିକ୍ଷକ ମାନେ ସମସ୍ତ ଙ୍କ ସାଥିରେ ରହି ପାରୁନାହୁଁ। ୨୦୦୮ମସିହାରୁ ଉଭୟ ଲିଖିତ, ଦଳଗତ ଆଲୋଚନା ଏବଂ ମୌଖିକ ଭାବରେ ବାରମ୍ବାର ପରୀକ୍ଷାର ସମ୍ମୁଖୀନ ହୋଇ ଅଛୁ। ଏହା ସହ ତାଲିମ୍ ଦାତା ଭାବେ ପ୍ରମାଣ ପତ୍ର ପାଇଅଛୁ। କିନ୍ତୁ ୨ରୁ ୪ବର୍ଷ ତାଲିମ୍ ନିୟମିତ କରାଇବା ପରେ ସରକାରୀ କର୍ମଚାରୀ ମାନେ ଉପରିସ୍ଥ କର୍ମଚାରୀ ଓ ଅଧିକାରୀ ମିଥ୍ୟା ଟିପ୍ପଣୀ ଦେଇ ନିଜେ ସ୍ୱାସ୍ଥ୍ୟ ମିଶନ, ପଂଚାୟତରାଜ ବିଭାଗ ଓ ଜୀବିକା ମିଶନ ଅନ୍ତର୍ଗତ ପଦ ପଦବୀରେ ଥିବା କର୍ମୀ ଙ୍କୁ ନିଜେ ସରକାରୀ କର୍ମଚାରୀ ତାଲିମ୍ ଦେଲେ। ଯାହାକି ଅସାଧୁ ଉପାୟରେ କାଗଜ କଲମରେ ସରକାରୀ କର୍ମଚାରୀ ତାଲିମ୍ ଦେବା ନାଁରେ ନିଜ ପକେଟ ଗରମ କଲେ। ଯାହାକି ତାଲିମ୍ କାର୍ଯ୍ୟକୁ ତାଲିମ୍ ଦାତାଙ୍କୁ ବଂଚିତ କରାଯାଉଛି। ରାଜ୍ୟ ଆବାହକ ଶ୍ରୀଯୁକ୍ତ ଲଳିତ କୁମାର ସାହୁ କହିଥିଲେ ସରକାର ଙ୍କୁ ନିବେଦନ କରୁକି ସ୍ୱାସ୍ଥ୍ୟ ମିଶନ ହେଉ ପଂଚାୟତରାଜ ବିଭାଗ କର୍ମୀ ଙ୍କୁ ପ୍ରଶିକ୍ଷକ ବନ୍ଧୁ ଦୀର୍ଘ ଦିନ ଧରୀ କାର୍ଯ୍ୟ କରୁଛୁ।ଯେଉଁଥିରେ ଆମ ପରିବାର ଜୀବନ ଜୀବିକା ଥିଲା। ଏହା ବିଭିନ୍ନ କ୍ଷେତ୍ରରେ ଆମେ ତାଲିମ୍ ପ୍ରଦାନ କରୁଥିଲୁ।କିନ୍ତୁ ପ୍ରଶିକ୍ଷକ ଙ୍କ ପେଟକୁ ଲାତ ମାରି ୨୦୨୦ମସିହାରୁ ସରକାର ଚଞ୍ଚକତା କରି ଅବା ପ୍ରଶାସନିକ ସ୍ତରରେ ଅବହେଳା କରାଯାଇଛି। ସରକାର ଏ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ। ପ୍ରଶିକ୍ଷକ ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟ କରାଯାଉ ବୋଲି ଦାବୀ ଉପସ୍ଥାପନା କରିଥିଲେ। ପୁରୀ ଜିଲ୍ଲା ଆବାହକ ଭୃଗୁ ନନ୍ଦନ ରଥ ନିଜ ବକ୍ତବ୍ୟ ରେ କହିଥିଲେ ଆମ୍ଭ ପ୍ରଶିକ୍ଷକ ମାନଙ୍କୁ ଅବହେଳା କରାନଯାଉ। ଯେଉଁ ମାନଙ୍କୁ ପ୍ରମାଣ ପତ୍ର ଦେଇଛନ୍ତି ସେହି ମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟ ସାମିଲ କରାଯାଉ।ଏହି ତାଲିମ୍ ଦାତା ତଥା ପ୍ରଶିକ୍ଷକ ମାନେ ରାଜ୍ୟର ସବଂଳ ବ୍ୟକ୍ତି ଭାବେ ପଂଚାୟତରାଜ ପ୍ରତିନିଧି ଯଥା ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଆଶା,ଏଏନଏମ, ଆଶା ସାଥି ସେହିପରି ରାଜ୍ୟ ଜୀବିକା ମିଶନ ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ସମେତ ବିଭିନ୍ନ ବିଭାଗ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ମାଧ୍ୟ୍ୟମରେ ପ୍ରଶିକ୍ଷକ ମାନେ ତାଲିମ୍ ପ୍ରଦାନ କରିଥାନ୍ତି। କିନ୍ତୁ ସରକାର କିଛି ବର୍ଷ ହେବ ଅଣଦେଖା କରି ସରକାରୀ କର୍ମଚାରୀ ଙ୍କୁ ତାଲିମ୍ କାର୍ଯ୍ୟ ନିୟୋଜିତ କରାଉଛନ୍ତି। ଏହି ପ୍ରଶିକ୍ଷକ ମାନେ ୨୦୦୯ମସିହାରୁ ତାଲିମ୍ ପ୍ରଦାନ କରୁଛନ୍ତି। ଯାହାକି ପେସାଦାର ସବଂଳ ବ୍ୟକ୍ତି ମାନଙ୍କ ପ୍ରତି ସରକାରଙ୍କ ଏଭଳି ଟାଳଟୁଳ ନୀତି ଯୋଗୁଁ ଆଜି ଅବହେଳିତ। ଯଦି ଆଗାମୀ ଦିନରେ ସରକାରୀ ଦାବୀ ପୂରଣ ନ କରିବେ ସମସ୍ତ ପ୍ରଶିକ୍ଷକ ମାନେ ନିଜ ପରିବାର ସହ ବିଧାନସଭା ସାମ୍ନାରେ ସମୂହ ଆତ୍ମହୂତି ଦେବେ ବୋଲି ଖବରଦାତା ସମ୍ମିଳନୀ ରେ ମଞ୍ଚ ପରିଚାଳକ ତଥା ରାଜ୍ୟ ସହ ଆବାହକ ପ୍ରଫୁଲ୍ଲ କୁମାର ବେହେରା ଚେତାବନୀ ଦେଇଛନ୍ତି।ଦାବୀ ଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଗୋଷ୍ଠୀ ଠାରୁ ଜିଲ୍ଲାସ୍ତରୀୟ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରଶିକ୍ଷଣ ସବଂଳ କର୍ମୀ ଙ୍କୁ ନିୟୋଜିତ, ଆଶା ଦିଦି ମାନଙ୍କ ସହାୟକ ପର୍ଯ୍ୟବେକ୍ଷଣ ଲାଗି ସବଂଳ କର୍ମୀ ମାନଙ୍କୁ ଦାୟିତ୍ୱ ଦିଆଯାଉ, ଗାଁ କଲ୍ୟାଣ ସମିତି ସଦସ୍ୟ ମାନଙ୍କର ଦକ୍ଷତା ବୃଦ୍ଧି ଓ ସହାୟକ ପର୍ଯ୍ୟବେକ୍ଷଣ ଦାୟିତ୍ୱ ସବଂଳ କର୍ମୀଙ୍କୁ ପ୍ରଦାନ କରାଯାଉ ବୋଲି ଅନେକ ଦାବୀ ଉପସ୍ଥାପନା କରିଥିଲେ। ଏ ସମ୍ମିଳନୀ ରେ ଶରତ ଦାଶ, ପ୍ରତାପ ରାଉତ, ଜଗବନ୍ଧୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷ ରେ ସମସ୍ତ ଉପସ୍ଥିତ ବରେଣ୍ୟ କୁ ରବି ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


