ୟୁଏଏସ କାର୍ଯ୍ୟକାରୀ କରିବା ନିଷ୍ପତି ପ୍ରତିବାଦରେ ହାଟଡିହି ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର

ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଳକ୍ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଇଛି । ସରକାରଙ୍କ ନିର୍ଦ୍ଦେଶନାମା ଆନୁସାରେ ସମସ୍ତ ବିଦ୍ୟାଳୟରେ ୟୁଏଏସ କାର୍ଯ୍ୟକାରୀ କରାଯିବା ପାଇଁ ସ୍ଥିର କରାଯାଇଥିଲା। ମାତ୍ର ଦୁଃଖ  ଓ ପରିତାପର ବିଷୟ ଯେ, ୟୁଏଏସ୍ କାର୍ଯ୍ୟକାରୀ ପାଇଁ ବିଦ୍ୟାଳୟ ସ୍ତରରେ ଆବଶ୍ୟକ ଭିଭିଭୂମିର ଯଥେଷ୍ଟ ଅଭାବ ରହିଥ‌ିବା ଅଭିଯୋଗ ହୋଇଛି। କମ୍ପ୍ୟୁଟର, କମ୍ପ୍ୟୁଟର ଶିକ୍ଷକ, ଆବଶ୍ୟକ ମୋବାଇଲ, ଇଣ୍ଟରନେଟଟ୍ ସେବାର ଅଭାବ ରହିଥ‌ିବାରୁ ଶିକ୍ଷକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖାଯାଇ ୟୁଏଏସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ସରକାରୀ ସ୍ତରରେ ପୁନର୍ବିଚାର କରାଯିବାକୁ ଶିକ୍ଷକ ସଂଘ ଦାବି ଉପସ୍ଥାପନ କରିଛି। ଏଥିପାଇଁ  ବିଦ୍ୟାଳୟ ମାନଙ୍କରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଭଳି ଭିଭିଭୂମି ପ୍ରଥମେ ସଜାଡିବା ପରେ ଏହାକୁ ଲାଗୁକରିବାକୁ ପୁନଃ ବିଚାର ପାଇଁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହାଟଡିହି ଗୋଷ୍ଠୀ ଶିକ୍ଷା ଅଧୂକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସଂଘ ପକ୍ଷରୁ ସୁରେନ୍ଦ୍ର ରାଉତ, ରାଜ କିଶୋର ସ୍ବାଇଁ, ପ୍ରଫୁଲ୍ଲ ମଣ୍ଡଳ, ଶ୍ରୀକାନ୍ତ ପଟ୍ଟନାୟକ, ଅନିରୁଦ୍ଧ ବିଶ୍ଵାଳ, ସୁରେନ୍ଦ୍ର ନାୟକ, ଜ୍ଞାନ ରଞ୍ଜନ ବେହେରା, କ୍ଷେତ୍ରବାସୀ ମିଶ୍ର, ସୁଦର୍ଶନ ମୁଦୁଲି, ଭକ୍ତ ଜେନା, କେଶବ କର, ପ୍ରଦୀପ ଦେହୁରୀ, ଲକ୍ଷ୍ମଣ ମାଝୀ, ଶୁଶାନ୍ତ ଜେନା, ଲଳିତ ବିଶ୍ଵାଳ, ସୁମନ୍ତ ନାୟକ, ସତ୍ୟ ଗିରି, ପ୍ରଭାକର ବେହେରା, ଶିବ ସେଠୀ ସୂର୍ଯ୍ୟ ପ୍ରକାଶ ସେଠୀ, ତୁଷାର ନାୟକ, ଦେବାଶିଷ ବାରିକ, କେଶବ ଚନ୍ଦ୍ର ପାତ୍ର, ସୁଶ୍ରୀ ସଂଗୀତା ବେହେରା, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ