ହାଟଡିହି କଲେଜର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ରଞ୍ଜନ କୁମାର ପରିଡା, ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ ପ୍ରମୁଖ ଯୋଗଦେଇ ଏହି ପ୍ରତିଯୋଗୀତାକୁ ଉଦଘାଟନ କରିବା ସହିତ ଶୃଙ୍ଖଳା ହିଁ ଛାତ୍ର ଜୀବନର ମାପ କାଠି, ଶୃଙ୍ଖଳା ଓ ଏକାଗ୍ରତା ଛାତ୍ରଛାତ୍ରୀ ଙ୍କୁ ସଫଳତା ଆଣିଦିଏ ବୋଲି ମତ ଦେଇଥିଲେ। ପ୍ରାରମ୍ଭରେ ହାଟଡିହି ହଟକେଶ୍ୱର ମନ୍ଦିରରୁ ମଶାଲ ଅଣାଯିବା ପରେ ଅତିଥି ମାନେ କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଆଜି ପୁଟିଙ୍ଗ ଦ ସର୍ଟ, ଡ଼ିସକସ ଥ୍ରୋ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଦଉଡି ଡିଆଁ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। କ୍ରୀଡା ପ୍ରଶିକ୍ଷକ ଅବିନାଶ ରାଉତ, ପ୍ରମୋଦ ବେହେରା ଖେଳ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଅଧ୍ୟାପକ ଗୌରାଙ୍ଗ ନାୟକ, ଅଧ୍ୟାପକ ଅଜୟ ଦାସ, ବିଶ୍ୱରଂଜନ ଜେନା, ପ୍ରିୟଙ୍କା ମହାନ୍ତି, ରବୀନ୍ଦ୍ର ନାଥ ଜେନା, ବୃନ୍ଦାବନ ଓଝା, ଜନ୍ମେଜୟ ପ୍ରଧାନ, ଗଙ୍ଗାଧର ପରିଡା ଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


