ଯୁକ୍ତ ଦୁଇ ପରୀକ୍ଷାରେ ହାଟଡିହି କଲେଜର ସଫଳତା

ହାଟଡିହି (ବିକାଶ ବିଶ୍ବାଳ): ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଏଥିରେ ହାଟଡିହି କଲେଜ ର ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରିଛନ୍ତି। ବାଣିଜ୍ୟରେ ଶତକଡା ଶହେ ଭାଗ କୃତକାର୍ଯ୍ୟ ହୋଇଥିବା ବେଳେ କଳା ରେ ଶତକଡା ୬୬ଭାଗ ଓ ବିଜ୍ଞାନରେ ୪୨ଭାଗ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ ଅନିତା ରାଉତ ୫୦୭ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବାଣିଜ୍ୟରେ କୌଶିକ ମିଶ୍ର ୪୭୪ମାର୍କ ଓ ବିଜ୍ଞାନରେ ଶ୍ରୀମା ଦାସ ୩୭୦ ମାର୍କ ରାଖିଛନ୍ତି। କଳାରେ ପ୍ରଥମ ଶ୍ରେଣୀରେ ୨୪ଜଣ, ଦ୍ୱିତୀୟ ଶ୍ରେଣୀରେ ୨୪ଜଣ ଓ ତୃତୀୟ ଶ୍ରେଣୀରେ ୧୨୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୨ଜଣ, ଦ୍ୱିତୀୟ ଶ୍ରେଣୀରେ ୨ଜଣ, ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଜଣେ ଓ ଦ୍ୱିତୀୟ ଶ୍ରେଣୀରେ ୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ