ହାଟଡିହି ହାଇସ୍କୁଲର ୧୯୭୭ ବ୍ୟାଚର ବନ୍ଧୁମିଳନ

ହାଟଡିହି (ଓ୍ବାଇଏନଏସ): ଅଣା ଧୂନି ମଠରେ ହାଟଡିହି ହାଇସ୍କୁଲର ୧୯୭୭ବ୍ୟାଚ୍  ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ୩୭ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ସର୍ବ ପ୍ରଥମେ ଦିବଂଗତ ଗୁରୁ ଗୋବର୍ଦ୍ଧନ ଜେନା, ଚତୁର୍ଭୁଜ ନାୟକ, ନିତ୍ୟାନନ୍ଦ ସାମଲ, ସୁଦର୍ଶନ ପଣ୍ଡା, ମୋହନ ଚରଣ ଦାସ,  ଚତୁର୍ଭୁଜ ଜେନା ଏବଂ ଦିବଂଗତ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ପୁରୁଣା ସ୍ମୃତି ଓ ଜୀବନର ଅନୁଭୂତି ସମ୍ପର୍କରେ ମତ ରଖିଥିଲେ। ଆଗାମୀ ଦିନରେ ପ୍ରତିବର୍ଷ ସମାବେଶ କରି ପରସ୍ପର ଭିତରେ ଶୁଖଃ ଦୁଃଖରେ ଭାଗିଦାର ହେବାକୁ ନିଷ୍ପତି ନେଇଥିଲେ। ହରେକୃଷ୍ଣ ପହି, ଗୋପାଳ ଚନ୍ଦ୍ର ନାୟକ, ଉପେନ୍ଦ୍ର କୁମାର ପୃଷ୍ଟି, ରାମଚନ୍ଦ୍ର ବେହେରା, ଫକୀର ମୋହନ ବେହେରା,ସନାତନ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ