ହାଟଡିହି ଉଚ୍ଚ ବିଦ୍ୟାଳୟ ୧୯୮୩ ବ୍ୟାଚର ବନ୍ଧୁ ମିଳନ

ହାଟଡିହି(ଓ୍ବାଇଏନଏସ) : ହାଟଡିହି  ଉଚ୍ଚ ବିଦ୍ୟାଳୟର ୧୯୮୩ ମସିହା ମ୍ୟାଟ୍ରିକ ସିନିୟର ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ପବିତ୍ର ଗଡ଼ଚଣ୍ଡୀ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି।ଶଙ୍କର୍ଷଣ ନାୟକ, ସନ୍ତୋଷ ମଲ୍ଲିକ, ପିତାମ୍ବର ମଲ୍ଲିକ, ଶ୍ରୀକାନ୍ତ ଧଳଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣେଶ୍ୱର ଜେନା, ବିଶ୍ଵନାଥ ଖୁଣ୍ଟିଆ, କୁଳମଣି ରାଉତ, ରବୀନ୍ଦ୍ର ମଲ୍ଲିକ, ଶଙ୍କର୍ଷଣ ନାୟକ, ସନ୍ତୋଷ ମଲ୍ଲିକ, ପିତାମ୍ବର ମଲ୍ଲିକ, ସୁଦାମ ବିଶ୍ଵାଳ, ମହେନ୍ଦ୍ର ଜେନା, ଦେବେନ୍ଦ୍ର ପାଢ଼ୀ, ସୋମନାଥ ଦେବତା, ମହେଶ୍ବର ମଲ୍ଲିକ, ବଳରାମ ରାଉତ, ବଳରାମ ସାମଲ, ଭାସ୍କର ସା, ମିହିର ପଣ୍ଡା, ନରେନ୍ଦ୍ର ପରିଡ଼ା, କ୍ଷୀରୋଦ ତ୍ରିପାଠୀ, ହରିହର ଧଳ, ପଦ୍ମନାଭ ମାଝୀ, ସୁଦର୍ଶନ ପହି, ଶାନ୍ତନୁ ପହୀ, ସୁବାସ ସେଠୀ, ରାମ ରାଉତ, ମହେଶ୍ବର ମଲ୍ଲିକ, ପ୍ରହଲ୍ଲାଦ ଦାସ, ଆନନ୍ଦ ନାୟକ, ହେମନ୍ତ ସାମଲଙ୍କ ସମେତ ୫୦ ରୁ ଉର୍ଦ୍ଧ୍ଵ ସହପାଠୀ ଯୋଗଦେଇ ଭାବର ଆଦାନ ପ୍ରଦାନ କରିଥିଲେ। ଦୀର୍ଘ ବର୍ଷ ପରେ ଏକତ୍ରିତ ହୋଇଥିବାରୁ ନିଜ ନିଜର କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଆଗାମୀ ବର୍ଷଠାରୁ ପ୍ରତିବର୍ଷ କିପରି ଏହି କାର୍ଯ୍ୟକ୍ରମ କରାଯିବା ସହିତ  କିଛି ସାମାଜିକ କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ