ହାଟଡିହି ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ହାଟଡିହି (ଓ୍ବାଇଏନଏସ): ସମ୍ବାଦ ସାହିତ୍ୟ ଘରର ହାଟଡିହିର ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଛେନାପଦିଛକ ସ୍ଥିତ ମା’ବିଶ୍ୱ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। କିଶୋର ଆଚାର୍ଯ୍ୟଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ନାରାୟଣ ସାହୁ, ରତ୍ନାକର ଦାସ, ନାରାୟଣ ଲେଙ୍କା, ସୁରେନ୍ଦ୍ର ପରିଡ଼ା, ହରିହର ସାମଲ, ଅନନ୍ତ ମୁଦୁଲି, ସୁବାସ ପାତ୍ର, ନିତ୍ୟାନନ୍ଦ ବେହେରା, ମୁରଲୀଧର ବେହେରା, ରମାକାନ୍ତ ଜେନା, ବିଦ୍ୟୁତ୍ ପ୍ରଭା ଦେଓ, ଚତୁର୍ଭୁଜ ପହିଙ୍କ ସମେତ ଅନେକ ସଦସ୍ୟ ସଦସ୍ୟା ଯୋଗଦେଇ ଆଗାମୀ ୨୮ତାରିଖରେ ବାର୍ଷିକ ଉତ୍ସବ କରିବା ଉପରେ ଆଲୋଚନା କରିଥିଲେ। ଚଳିତ ବର୍ଷ ଉତ୍ସବ କୁ କିପରି ଅଧିକ ସରସ ସୁନ୍ଦର କରାଯିବ ତାହା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ମୁଖପତ୍ର ଉନ୍ମୋଚନ, ସମ୍ବର୍ଦ୍ଧିତ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ