ସାହିତ୍ୟିକ ରାଜନୀତିକୁ ଘୃଣା କରି ନେତାଙ୍କ ଠାରୁ ଦୂରେଇବା ସମାଜ ପାଇଁ ବିପଦ : ସୌମ୍ୟରଞ୍ଜନ

ଗୁଣପୁର,(ୱାଇ ଏନ ଏସ): ସାହିତ୍ୟକ ମାନେ ରାଜନୀତିକୁ ଘୃଣା କରି ନେତାଙ୍କ ଠାରୁ ଦୂରେଇ ରହୁଛନ୍ତି , ଯାହା ସମାଜ ପାଇଁ ବିପଦ। ସାହିତ୍ୟ-ରାଜନୀତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ସାହିତ୍ୟିକ ଦେଶ ଓ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିକୁ ନେଇ କଲମ ଚଳନା କରନ୍ତୁ। ସରକାରଙ୍କୁ ପରାମର୍ଶ ଦେବା ସହିତ ରାଜନୀତିକୁ ନିୟନ୍ତ୍ରଣରେ ରଖନ୍ତୁ। ଗୁଣପୁର ସାହିତ୍ୟଘର ନବମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ଓଡ଼ିଶାର ୪୦ହଜାରରୁ ଅଧିକ ସାହିତ୍ୟିକ ବିଭିନ୍ନ ସାହିତ୍ୟଘରର ସଦସ୍ୟ ଅଛନ୍ତି। ସେମାନେ ସାହିତ୍ୟଘର ଜରିଆରେ ଗଣତନ୍ତ୍ରକୁ ସୁଦୃଢ କରିବା ଆବଶ୍ୟକ ଓଡ଼ିଆ ଭାଷାର ଦୁର୍ଦ୍ଦିନରେ ସାହିତ୍ୟଘର ହେଉଛି ଏକମାତ୍ର ବିକଳ୍ପ ଯେଉଁଠି ସାହିତ୍ୟ ଜରିଆରେ ଅନେକ କିଛି କରାଯାଇ ପାରିବା ସାହିତ୍ୟ ଓ ରାଜନୀତିର ସମ୍ପର୍କ ଅଲଗା ବୋଲି ଆମ ସାହିତ୍ୟିକଙ୍କ ବିଚାର । କିନ୍ତୁ ଏଭଳି ଭାବିବା ଅମୂଳକ ସମୂହ ହିତ ସାଧନ ରାଜନୀତିର ଯେମିତି ଲକ୍ଷ୍ୟ, ସାହିତ୍ୟର ଲକ୍ଷ୍ୟ ମଧ୍ୟ ସମୂହ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ସାହିତ୍ୟିକ ନିରବତା ଭାଙ୍ଗି ନିର୍ଭୟରେ ରାଜନୀତି ବିଷୟରେ ଲେଖିବା ଉଚିତ ତେବେ ଯାଇ ସାମାଜିକ ହିତ ସାଧନ ହୋଇପାରିବ ଉପାନ୍ତ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଉତ୍ସାହ ପ୍ରଦାନ କରୁଛି। ପୃଥିବୀର କୋଣ କୋଣରେ ଏବେ ଯୁଦ୍ଧ ଚାଲିଛି। ଯନ୍ତ୍ରଣା ଓ କୋହରେ ବିଶ୍ଵ ବିଧ୍ବସ୍ତ ସେତିକିବେଳେ ଆମେ ଏଠି ସାହିତ୍ୟରେ ଜୀବନର ଭାଷାକୁ କେହି ମାରିପାରିବନି ବୋଲ କହିଥିଲେ, ଗୁଣପୁର ଉପଜିଲ୍ଲାପାଳ ଦିଲୀପ ଅଭିଷେକ ଦୁଧାଲ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମରାଠୀ ସାହିତ୍ୟ ସହ ଓଡ଼ିଆ ସାହିତ୍ୟର ବହୁ ସମନ୍ବୟ ରହିଛି ମୋତେ ଭଲ ଲାଗିଥିବା ଗୋଟିଏ ମରାଠୀ ଫିଲ୍ମର କାହାଣୀର ଆବେଦନ ଖୁବ ପ୍ରଭାବି ଥିଲା । ଯେତେବେଳେ ମୁଁ ଲଛମା ପଢ଼ିଲି ମୋତେ ଲାଗିଲା ଏଇ ଗପର ଛାୟାରେ ସେହି ମରାଠୀ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ସାହିତ୍ୟଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଅନ୍ୟତମ ଅତିଥିଭାବେ ଯୋଗଦେଇ ସମ୍ଭାବନା ଦେଖୁଛୁ ଶାଢିର ବାର୍ଷା ଦେଉଛୁ ପ୍ରତି ମୁହୂର୍ତ୍ତରେ ପୃଥିବୀ ବଦଳୁଛି! ତଥାପି ଆମେ ଶାନ୍ତି ଓ ମୈତ୍ରୀର କଥା କହିଆସିଛୁ ବୋଲି ସବୁବେଳେ ଯୁଦ୍ଧରେ ଶାନ୍ତିର ଜୟ ହୋଇଛି। ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରାଜୀବ ଷଡଙ୍ଗୀ ଓ ବିଶିଷ୍ଟ ଅନୁବାଦକ ବଙ୍ଗାଳି ନନ୍ଦ ଓ ସାହିତ୍ୟିକଙ୍କ ସଂଖ୍ୟା ଗଣନା ନହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ । ଗୁଣପୁର ସାହିତ୍ୟଘର ସଭାପତି ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ସଂପାଦକ ସୁରେନ୍ଦ୍ର କୁମାର ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସାହିତ୍ୟିକ ତଥା ଗବେଷକ ଶ୍ରୀରଙ୍ଗ ନାୟକ, ଗୁଣପୁର ରେଞ୍ଜର ଗଙ୍ଗାଧର ମିଶ୍ର, ଶିକ୍ଷକ ନୀଳାଞ୍ଚଳ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ ଉତ୍ସବରେ ଗୁଣପୁର ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ଉତ୍କଳ ସମ୍ମିଳନୀ ସଭାପତି ବିଷ୍ଣୁ ପଟନାୟକ, ଆଇନଜୀବୀ ଉମାଚରଣ ପଟ୍ଟନାୟକ, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ପ୍ରଦୀପ ସାହୁ, ଦେବନ୍ଦ୍ର ବାଉରୀ, କୈଳାସ ଦାଶ, ରାମ ପଣ୍ଡା, ନୀଳ ମାଧବ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଵସରରେ ପ୍ରଥମେ ସୈମ୍ୟ ରଞ୍ଜନ ପଟନାୟକଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା, କାର୍ଯ୍ୟକ୍ରମକୁ କବି ଅଶ୍ବିନୀ ତ୍ରିପାଠୀ, ପ୍ରମୋଦ କୁମାର ପଣ୍ଡା, ଦୁର୍ଗା ପ୍ରସାଦ ଶତପଥୀ, ରମେଶ ମିଶ୍ର, ନୀଳ ମାଧବ ଦାଶ, ପ୍ରଫୁଲ୍ଲ ପାଢ଼ୀ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ