ବଉଳ ଗାଁରେ ସ୍ବାସ୍ଥ୍ୟ ଶିବିର
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁପଂଚାୟତ ରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ା ସ୍ଵାଧୀନ ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଭୁବନେଶ୍ୱର ସ୍ଥିତ ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର ଦ୍ଵାରା ଆୟୋଜିତ ହୋଇଥିଲା ଉକ୍ତ ଶିବିର। ଏଥିରେ ୫ ଟି ପଂଚାୟତ ର ବହୁ ରୋଗୀ ମାନେ ଉପସ୍ଥିତ ରହି ବିଭିନ୍ନ ପରୀକ୍ଷା କରିଥିଲେ, ନିଶ୍ଲୁକ ରକ୍ତ ପରୀକ୍ଷା, ଏଲ୍ ଭି ପ୍ରସାଦ ଚକ୍ଷୁ କେନ୍ଦ୍ର ଦ୍ଵାରା ଚକ୍ଷୁ ପରୀକ୍ଷା, ଇ ସି ଜି, ସ୍ତନ କର୍କଟ ନିରୂପଣ, ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡର ଇ- କେ ୟାଇ ସି ସହ ଔଷଧ ବଣ୍ଟନ, ଆୟୁଷ ଚିକିତ୍ସା ଏବଂ ଯକ୍ଷ୍ମା,କୁଷ୍ଠ, ଏଚ.ଆଇ.ଭି, ସଂକ୍ରମଣ ଓ ଅଣସଂକ୍ରମଣ ରୋଗ ର ସଚେତନ ସହ ଜଳ ଏବଂ ଭୋଜନ ର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ ପୃଷ୍ଟି, ଯୁବ ଏବଂ ସାମାଜିକ ବିକାଶ କେନ୍ଦ୍ର ମୁଖ୍ୟ ପ୍ରଫୁଲ୍ଲ କୁମାର ସାହୁ, ଏଲ୍ ଆଣ୍ଡ ଟି ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଅଜିତ ଜନ୍ ବେକେର, ସହକାରୀ ପରିଚାଳକ ରାଜ ଶେଖର ପାଣ୍ଡି, ବଉଳଗାଁ ସରପଞ୍ଚ ପ୍ରତିମା ଦାସ,ସମିତି ସଭ୍ୟ ରାମଚନ୍ଦ୍ର ପରିଡା, ମହାନାଦପୁର ସରପଞ୍ଚ ରବୀନ୍ଦ୍ର ରାଉଳ, ପୋଟଲାମ ପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ବିପୁ ଳିଙ୍ଗି ସରପଞ୍ଚ ହିନା ସେଠୀ , ରୁକୁଣି ଗାଁ ବି ସି ସି ବ୍ୟାଙ୍କ୍ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ପରିଡା ଓ ଡାକ୍ତର ସ୍ୱାଧୀନ ରଥ ପ୍ରମୁଖ ଯୋଗଦେଇ ରୋଗୀଙ୍କୁ ଉତ୍ସା ହିତ କରିଥିଲେ । କାର୍ଯ୍ୟକ୍ରମ ରେ ଅନେକ ସ୍ବାସ୍ଥ୍ୟକର୍ମୀ ସହ ସ୍ଵେଚ୍ଛସେବକ, ଗ୍ରାମ ପଞ୍ଚାୟତ କର୍ମୀ ସହଯୋଗ କରିଥିଲେ। ୪୦୦ ରୁ ଉର୍ଦ୍ଧ ରୋଗୀ ପଞ୍ଜିକରଣ କରିଥିଲେ , ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚ ଈଓ ବରୁଣ କୁମାର ପାଣିଗ୍ରାହୀ ଓ ବିପିଏମ ସିମାଞ୍ଚଳ ପ୍ରଧାନ ସମସ୍ତ ଶିବିର ସହଯୋଗୀ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।