ଢୁଙ୍କାପଡ଼ାରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର

ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ଢୁଙ୍କାପଡ଼ା ଗ୍ରାମରେ ରାମକୃଷ୍ଣ ପଟ୍ଟନାୟକ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଢୁଙ୍କାପଡ଼ା ଗ୍ରାମର ବିଜୁ କଲ୍ୟାଣ ମଣ୍ଡପରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ସ୍ବେଚ୍ଛାକୃତ ରକ୍ତଦାନ  ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୋଟ ୨୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପୂର୍ବତନ ଆସିକା ସାଂସଦ ତଥା ଟ୍ରଷ୍ଟର ଉପଦେଷ୍ଟା କୁମୁଦିନୀ ପଟ୍ଟନାୟକ, ଟ୍ରଷ୍ଟର  ସଭାନେତ୍ରୀ ତଦଶା ତପସ୍ଵିନୀ ପଟ୍ଟନାୟକ, ଯଜ୍ଞ ନାରାୟଣ ସାହୁ, ସତ୍ୟ ନାରାୟଣ ସାହୁ, ଉତ୍ତମ କୁମାର ଦାଶ, ପ୍ରଫୁଲ୍ଲ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ବ୍ଲଡ ବ୍ୟାଙ୍କ ପକ୍ଷରୁ ଡାକ୍ତର ରାମ ଚନ୍ଦ୍ର ମହାପାତ୍ର, ଏଲଟିପି କେ ସୁବୁଦ୍ଧି, ଏନୟୁ ମୁକେଶ ରଞ୍ଜନ ବେହେରା, ଏଲଟି ଦେବାଶିଷ ପଣ୍ଡା ରକ୍ତ ସଂଗ୍ରହ କରିଥିବା ବେଳେ ପୋଲସରା ମେଡିକାଲ ଷ୍ଟାଫ ଡାକ୍ତର ତ୍ରିଦିବେଶ ଶତପଥି, ଡାକ୍ତର ଚିନ୍ମୟ ପ୍ରଧାନ, ଫାର୍ମାସିଷ୍ଟ ବିଭୁ ପ୍ରସାଦ ପ୍ରଧାନ ଓ ସନ୍ତୋଷ କୁମାର ନନ୍ଦ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ