ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର
ବାଲେଶ୍ବର(ସରୋଜ ପଣ୍ଡା) ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମେ ଆଇ ହେଲ୍ପ ୟୁ’ ର ମିଳିତ ଆନୁକୁଲ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଶୋଭାରାମପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ଏହି ଶିବିରରେ ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଔଷଧ ବଣ୍ଟନ କରାଯାଇଥିଲା।ଏଥି ସହିତ ୭୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନଙ୍କର ଆୟୁଷ୍ମାନ ବୟବନ୍ଦନା ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରସ୍ତୁତି କରାଯାଇଥିଲା।ଏହି ଶିବିରରେ ଡାକ୍ତର ଶୁଭଶ୍ରୀ ସାହୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।