ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଆସିକା (ୱାଇଏନ୍‍ଏସ୍‍) : ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବୁଧବାର ବରିଷ୍ଠ ନାଗରିକଙ୍କ ସକାଶେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରା ଓ ଭେଷଜ ରୋଗ ବିଶେଷଜ୍ଞ ପି.ଶ୍ୟାମସୁନ୍ଦର ଯୋଗଦେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପ୍ରାୟ ଶତାଧୀକ ବରିଷ୍ଠ ନାଗରିକଙ୍କ ରକ୍ତଚାପ, ରକ୍ତ ସର୍କରା, ଓଜନ, ଶରୀରର ଅମ୍ଳଜାନ ସ୍ତର, ଇଲେକ୍ଟ୍ରୋକାର୍ଡିଓଗ୍ରାମ୍‍ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ନିରୂପଣ କରି ଔଷଧ ଖାଇବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସକାଶେ ଅନୁଷ୍ଠିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମରେ ମେଡିକାଲର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରା ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ସଦାସର୍ବଦା ଉଚିତ୍‍ ସମ୍ମାନ ଦେବାକୁ ଆହ୍ୱାନ କରିବା ସହ ସେମାନଙ୍କ ଅଭିଜ୍ଞତା ଏବଂ ମାର୍ଗଦର୍ଶନ ଓ ପ୍ରେରଣା ଆମ ପାଇଁ ପଥ ପ୍ରଦର୍ଶକ ହୋଇଥିବା ବେଳେ ବରିଷ୍ଠ ନାଗରିକମାନେ ସବୁବେଳେ ସୁଖ, ପ୍ରଫୁଲିତ, ଚିନ୍ତାଶୂନ୍ୟ, ନିରୋଗ, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‍ ଏବଂ ଆଜୀବନ ସୁସ୍ଥ ଓ ଦୀର୍ଘାୟୁ ହୋଇରହିବାକୁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଅନୁଷ୍ଟିତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସକାଶେ ସ୍ୱାସ୍ଥ୍ୟ ପରୀକ୍ଷା ଶିବରକୁ ସୁପରିଚାଳନା କରିବା ଦିଗରେ ଆସିକା ମେଡିକାଲର କର୍ମଚାରୀ ବିଶ୍ୱଜିତ୍‍ ପ୍ରଧାନ, ରମାକାନ୍ତ ସାହୁ, ସଙ୍ଗୀତା କୁମାରୀ ସ୍ୱାଇଁ, ଦୀପକ କୁମାର ରାଉତ, ବିଲେନ୍ଦ୍ର ଭୂୟାଁ, ସୁନିଲ୍‍ କୁମାର ଘଡେଇ, ରଂଜନ କୁମାର ସ୍ୱାଇଁ, ଅମିତ୍‍ କୁମାର ଦାଶ, ଅଜିତ୍‍ କୁମାର ପ୍ରଧାନ, ସୁଚିନ୍ତିତା ଶତପଥୀ, ୱାଇ.ଶଙ୍କର ଆଚାରୀଙ୍କ ସମେତ ବହୁ କର୍ମଚାରୀ ସକ୍ରିୟ ସଦସ୍ୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ