ସ୍ବାସ୍ଥ୍ୟ ପରୀକ୍ଷା ଶିବିର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଜନଜାତି ବହୁଳ ଉସ୍ତପଲ୍ଲୀ ଗାଁ ରେ ଗତ କିଛିଦିନ ହେଲା ଝାଡାବାନ୍ତି ଲାଗିରହିଥିଲା।ଝାଡାବାନ୍ତି ପ୍ରଭାବରେ ୩ ଜଣ ମୃତ୍ୟୁବରଣ କରିଥିଲେ।ସୋମବାର ଉକ୍ତ ଗାଁ ରେ ଜିଲା ସ୍ଵସ୍ଥ୍ୟବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ୨୦ ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ କିଛିଦିନ ପୂର୍ବରୁ ଗ୍ରାମର ବହୁ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏଥିରେ ବହୁ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଗ୍ରାମରେ ପ୍ରଶାସନ ପକ୍ଷରୁ ମେଡିକାଲ ଟିମ୍ , ପାନୀୟଜଳ ବିଭାଗ ପକ୍ଷରୁ ପାନୀୟ ଜଳ ଓ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷଣ କରି ଫେରିଥିଲେ । ଏହି ପରିପ୍ରେକ୍ଷୀରେ ସୋମବାର ପୂର୍ବାହ୍ନ ରେ ଗ୍ରାମରେ ଏକ ମେଡ଼ିକାଲ ଟିମ୍ ପହଞ୍ଚି ଗ୍ରାମବାସୀଙ୍କ ଭିଡ଼ିଆରଏଲ୍ , ଏଚ୍ଆଇଭି , ମ୍ୟାଲେରିଆ , ହେପାଟାଇଟିସ ଏବଂ ଯକ୍ଷ୍ମା ଭଳି ରୋଗର ପରୀକ୍ଷା କରିଥିଲେ । ଏହି ଶିବିରରେ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଧିକାରୀ ଡ଼ା. ଶୁଚସ୍ମିତା ଚୌଧୁରୀ , ସ୍ବାସ୍ଥ୍ୟକର୍ମୀ ପୁର୍ଣ୍ଣଚନ୍ଦ୍ର ସେଠୀ , ଚିନ୍ତାମଣି ପାଣିଗ୍ରାହୀ , ପ୍ରତିମା ପଟ୍ଟନାୟକ , ପିଙ୍କି ବେହେରା , ବିମଳ ବେହେରା , ସମିତି ସଭ୍ୟ ଶୈଳ ବେହେରା , ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ , ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା , ବିକ୍ରମ ପାତ୍ର , ବୁଲୁ ଦଳାଇ , ଭାଗବତ ବେହେରା , ପ୍ରକାଶ ବଢେଇ , ରବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।