ସରକାରୀ ମହିଳା ମହାବିଦ୍ୟାଳୟ ରେ “ସୁସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟ ଓ କେନ୍ଦୁଝର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭେଲପମେଣ୍ଟ ଟ୍ରଷ୍ଟ  ମିଳିତ ଆନୁକୂଲ୍ୟ ରେ ମହାବିଦ୍ୟାଳୟ ସଭାଗୃହରେ ଜାତୀୟ ସେବା ଯୋଜନା ଦିବସ ପାଳନ ଅବସରରେ” ସୁସ୍ଥ ନାରୀ, ସଶକ୍ତ ପରିବାର ” ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଡକ୍ଟର ଲଳିତ ରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ l ସଭାରେ ଅଧ୍ୟକ୍ଷ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ପଦ୍ମପୁର ଡାକ୍ତର  ଶିବଚରଣ ବାଗ ମୁଖ୍ୟ ବକ୍ତା, ଓଡିଶା ଗାନ୍ଧୀ ବିଚାର ପରିଷଦର ସଭାପତି ତଥା କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ସମ୍ପାଦକ ଓ କେନ୍ଦୁଝର ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ  ଭକ୍ତବତ୍ସଳ ମହାନ୍ତି ମୁଖ୍ୟ ଅତିଥି, ଭୂମିକା ଚିକିତ୍ସାଳୟର ଜୋନାଲ ମ୍ୟାନେଜର କର୍ଣ୍ଣାଟ କିଶୋର ଜେନା, ଅବସର ପ୍ରାପ୍ତ ସିଡିଏମଓ ଡାକ୍ତର ପ୍ରଦୀପ ବାରିକ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ  ଚିତ୍ତରଞ୍ଜନ ସାହୁ, ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର  ପ୍ରମୋଦ କୁମାର ସାହୁ ପ୍ରମୁଖ ସମ୍ମାନିୟ ଅତିଥି ଭାବେ ଯୋଗ ଦେଇଥିଲେ l ସରକାରୀ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟର ଏନ. ଏସ. ଏସ ପ୍ରୋଗ୍ରାମ ଅଫିସର   ସୁସ୍ମିତା ମଞ୍ଜରୀ ନାଏକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ l ସରକାରୀ ମହିଳା ମହାବିଦ୍ୟାଳୟ ର ଏନ. ଏସ. ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ନିବେଦିତା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l  ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଜାତୀୟ ସେବା ଯୋଜନାର ଇତିହାସ, ମୂଳ ଲକ୍ଷ୍ୟ, ଜାତୀୟ ସେବା ଯୋଜନl ରେ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦ୍ୱାରା “ସୁସ୍ଥ ନାରୀ, ସଶକ୍ତ ପରିବାର ” ଅଭିଯାନ  କାର୍ଯ୍ୟକ୍ରମ ରେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଜନ ଅଧିକାରୀ ଡାକ୍ତର ଶିବ ଚରଣ ବାଗ ସଦର ବ୍ଲକ ରେ ୫ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ ୩୦ ଟି ସବସେଣ୍ଟର ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି ଅଭିଯାନରେ ଅଣ ସଂକ୍ରାମକ ରୋଗ, ଯକ୍ଷ୍ମା, ମଧୁମେୟ, ରକ୍ତ ହିନତା, ସିକିଲ ସେଲ ଓ ଥାଲାସେମିଆ ରୋଗର ଚି଼ହ୍ନଟ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଟିକରଣ ଓ ଋତୁଶ୍ରାବ ଜନିତ ପରିଚ୍ଛନତା କରାଯାଉଛି ବୋଲି ବୁଝାଇଥିଲେ l ସାମନ୍ତର ଭାବେ ମହାବିଦ୍ୟାଳୟ ପରିବେଶରେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଦଳ ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ l ଭୂମିକା ଚକ୍ଷୁ ଚିକିତ୍ସାଳୟ ତରଫରୁ ଡାକ୍ତର ଉପେନ୍ଦ୍ର ବାରିକ ଙ୍କ ନେତୃତ୍ୱ ରେ ଚକ୍ଷୁ ଡାକ୍ତର, ଭିଜନ ଟେକନିସିଆନ ଙ୍କ ମାଧ୍ୟମରେ ୩୫୨   ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ