ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ
ବୁଗୁଡା, (ଅନୀଲ କୁମାର ମହାରଣା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୦୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବାପକ୍ଷ ପାଳନ ଉପଲକ୍ଷେ ସେପ୍ଟେମ୍ବର ୨୩ ତାରିଖ ଦିନ କରୁଣା ଟ୍ରଷ୍ଟ ଦ୍ଵାରା ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ସେବାପକ୍ଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, AM-NCD ବନି ବନ୍ଦନା ଜେନା, DC-RMNCHA ନିଳିମା ପ୍ରଧାନ ଅଚାନକ ମାଣିତରା ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ଅଫିସର ବୃନ୍ଦ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିବା ସହ ଚିକିତ୍ସାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। ଆଉ ଖୁସି ପ୍ରକୋଟ କରିଥିଲେ ଯେ ମାଣିତରା ମେଡ଼ିକାଲ ଅଫିସର ଡାକ୍ତର ପ୍ରଣୟିନୀ ସାହୁ ଓ ଆୟୁଷ ମେଡ଼ିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ଵାଳ ଉଭୟଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମକୁ ସମସ୍ତ କର୍ମଚାରୀ ଫାର୍ମାସିଷ୍ଟି ସରୋଜ କୁମାର ପଟ୍ଟନାୟକ, ନର୍ସିଂ ଅଫିସର ଗଙ୍ଗା ସାହାଣୀ, ଏଏନ୍ଏମ କୃଷ୍ଣ ପ୍ରିୟା ପଣ୍ଡା, ଲେବ୍ରୋଟାରୀ ଟେକେନିସିଆନ୍ କାଳୀ ପ୍ରସାଦ ସାହୁ, ସ୍ୱାସ୍ଥ୍ୟ ସମ୍ପର୍କ ଚିତ୍ତରଞ୍ଜନ ପ୍ରଧାନ, ସିକ୍ୟୁରିଟ ଗାର୍ଡ ରଞ୍ଜନ ବେହେରା, ପ୍ରଶାନ୍ତ କୁମାର ସାହୁ, କେର୍ ଟେକେର୍ ରମେଶ ବେହେରା, ଅନୁସୁୟା ବେହେରା, ଆଟେଣ୍ଡେଣ୍ଟ୍ ରୋହିତ ନାଇକ ଏବଂ ଆଶା କର୍ମୀ ବୃନ୍ଦ କାର୍ଯ୍ୟକ୍ରମକୁ ସଫଳ ଭାବରେ ଆଗେଇ ନେଇଥିଲେ। ରାଷ୍ଟ୍ରର ସ୍ବାସ୍ଥ୍ୟ ପରିଦୃଶ୍ୟରେ ପରିବର୍ତ୍ତନ ସାରା ଦେଶରେ ସମର୍ପିତ ଚିକିତ୍ସା ଓ ସ୍ବାସ୍ଥ୍ୟ ଶିବିର ଆୟୋନ, ୮ମ ରାଷ୍ଟ୍ରୀୟ ପୋଷଣ ମାସର ଉଦ୍ଘାଟନ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ପାଇଁ ଗଞ୍ଜାମ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଫିସର ଡାକ୍ତର ଶ୍ରୀ ଷଡଙ୍ଗୀଙ୍କ ଅଧିନରେ ମାତୃତ୍ବ ସେବା ପ୍ରଦାନ, ସବୁ ମହିଳାଙ୍କ ପାଇଁ ସ୍ବାସ୍ଥ୍ୟ ଯାଞ୍ଚ ଏବଂ ସ୍ବାସ୍ଥ୍ୟ ସେବା, ଇ.ଏନ୍.ଟି, ଚକ୍ଷୁ, ରକ୍ତଚାପ, ମଧୁମେହ ଏବଂ ଦନ୍ତ ପରୀକ୍ଷା, ମୁଖ-ଗହ୍ଵର / ସ୍ତନ/ ଗ୍ରୀବା କର୍କଟ, ଗର୍ଭବତୀ ମହିଳାମାନଙ୍କ ପାଇଁ ପ୍ରସବ ପୂର୍ବବର୍ତ୍ତୀ ସ୍ବାସ୍ଥ୍ୟ ପରୀକ୍ଷା, ଟୀକାକରଣ, ରକ୍ତହୀନତା ସ୍ତର ଯାଞ୍ଚ, ଟେଲିମାନସ ସେବା, ଯକ୍ଷ୍ମା ପରୀକ୍ଷା, ସିକିଲ୍ସେଲ୍ ଆନିମିଆ, ସ୍ବତନ୍ତ୍ର ପରାମର୍ଶ, ସ୍ବାସ୍ଥ୍ୟ ସେବା ସୁବିଧାରେ ଉପଲବ୍ଧ କରାଇବା ପାଇଁ ମାତୃ ଏବଂ ଶିଶୁ ସୁରକ୍ଷା କାର୍ଡ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ପଞ୍ଜିକରଣ, ଆୟୁଷ୍ମାନ ବୟୋବନ୍ଦନା କାର୍ଡ଼, ସିକିଲ୍ ସେଲ୍ କାର୍ଡ଼, ପୋଷଣ ସ୍ଥିତି ଯାଞ୍ଚ ପାଇଁ ହିତାଧିକାରୀଙ୍କ ପଞ୍ଜିକରଣ ଉପର ପ୍ରଦତ୍ତ ସେବା ପାଇବା ପାଇଁ ମହିଳା ଏବଂ ଶିଶୁମାନେ ଏଗୁଡ଼ିକ ସେବା ପାଉଛନ୍ତି ନା ନାହିଁ ସବୁ ଅନୁଧ୍ୟାନ କରିବା ସହ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିବା ରୋଗୀମାନଙ୍କୁ ଉକ୍ତ ସେବା ପାଉଛନ୍ତି ନା ନାହିଁ ପଚାରି ଭୁଝି ଥିଲେ ଏବଂ ଖୁସି ପ୍ରକଟ କରିଥିଲେ।