ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ରାଷ୍ଟ୍ରୟ ଅଭିଯାନ କାର୍ଯ୍ୟକ୍ରମ

ବୈପାରିଗୁଡା (ଓ୍ବାଇଏନଏସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ବାରା ଦେଶବ୍ୟାପୀ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ଯକ୍ରମ ଶୁଭାରମ୍ଭ କରିଥିବା ବେଳେ ଆଦିବାସୀ ଅଧ୍ଯୁଷିତ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଆଜି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି !ଏହି ଅବସରରେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ଯଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉପସ୍ଥିତ ରହିଥିଲେ ! ସାସଂଦ ତାଙ୍କ ମନ୍ତବ୍ଯରେ କହିଥିଲେ ଯେ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ମହିଳାଙ୍କ ପାଇଁ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଦିଆଯିବ ! ଉଚ୍ଚ ରକ୍ତଚାପ,  ମଧୁମେହ, ସିକିଲସେଲ, ରକ୍ତ ହୀନତା ଭଳି ରୋଗର ସ୍କ୍ରିନିଂ କରି ଚିକିତ୍ସ କରାଯିବ। ସରକାର ମହିଳାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଏବଂ ଔଷଧ ଦେବେ। ପ୍ରତି ପଞ୍ଚାୟତ ସ୍ତରରେ ମଧ୍ଯ କାର୍ଯ୍ଯକ୍ରମ ଚାଲିବ ସହ ସମସ୍ତଙ୍କୁ ଏହି ସେବାର ଲାଭ ନେବା ପାଇଁ ଅଫିଲ ମଧ୍ଯ କରିଥିଲେ ! ସାସଂଦଙ୍କ ସହିତ ରାଜ୍ଯ ପ୍ରତିନିଧି ଆଦିତ୍ୟ ମହାପାତ୍ର , ସିଡିଏମଓ ଆର.ଏନ ମିଶ୍ରୀ, ଜିଲ୍ଲା କାର୍ଯ୍ଯକ୍ରମ ପରିଚାଲକ  ଉମେଶ ଷଡଙ୍ଗୀ, ସ୍ବାସ୍ଥ୍ଯକେନ୍ଦ୍ର ଅଧିକାରୀଣି ଡାକ୍ତର ବାସବାଦୁତ ନାୟକ , କୋରାପୁଟ ବିଧାୟକ ପ୍ରତିନିଧି ଭାବେ ଉମେଶ ପଟ୍ଟନାୟକ , କୋଟପାଡ ବିଧାୟକ ପ୍ରତିନିଧି ପ୍ରଭାକର ରାଓ ପ୍ରମୁଖ ଉପସ୍ଥିତ ରହି ଏହି ଯୋଜନାର ସୁଫଳ ରୂପାୟନ କରି ଗାଁ ଗହଳି ସ୍ତରକୁ ପହଞ୍ଚାଇବା ର ଲକ୍ଷ୍ଯ ରଖିଥିବା ନେଇ ନିଜ ନିଜ ମତ ରଖିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ସାସଂଦ ପ୍ରତିନିଧି ନରେନ୍ଦ୍ର କାନ୍ଦୁଲିଆ, ବିଜେପି ର ବରିଷ୍ଠ ନେତା ତଥା ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ରଥ, ବୈପାରିଗୁଡା ମଣ୍ଡଳ ସଭାପତି ରାଜେନ୍ଦ୍ର ଗୌଡ, ରାମଗିରି ମଣ୍ଡଳ ସଭାପତି ଦଇତାରୀ ବାରିକ, ଦଣ୍ଡାବାଡି ମଣ୍ଡଳ ସଭାପତି ରାମଚନ୍ଦ୍ର ଚେକିଆ ଙ୍କ ସହିତ ବିଜେପି କର୍ମୀ ଲଲିତ ପୂଜାରୀ , ଧନପତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବାସ୍ଥ୍ଯକେନ୍ଦ୍ର ଅନ୍ଯ ଡକ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ଅଧିକାରୀ ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ସହଯୋଗ ଓ ତଦାରଖ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ