ରାଇକିଆ ପଞ୍ଚାୟତରେ ବିଡ଼ିଓ ଙ୍କ ଅଭିଯୋଗ ଶୁଣାଣି

ରାଇକିଆ,(ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ ଗ୍ରାମ ପାଞ୍ଚାୟତ ସଭାଗୃହରେ  ବିଡିଓ  ସବ୍ୟସାଚୀ ସାହୁଙ୍କ ଦ୍ୱାରା ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।  ବିଭିନ୍ନ ୱାର୍ଡରୁ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତକରଣସମସ୍ୟା,ଜମି ବିବାଦ ଇତ୍ୟାଦି  ଅଭିଯୋଗ ଗୁଡ଼ିକର ଶୁଣାଣୀ କରି ଏହାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ  ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ବିଶେଷ ପାନୀୟ ଜଳ ସମସ୍ୟା କୁ ନେଇ ଉଦବେଗ ପ୍ରକାଶ ପାଇଥିଲା ବେଳେ ମେଗା ପ୍ରକଳ୍ପ ସମୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଏହାର ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି କହିଥିଲେ ।  ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ପାର୍କ ପୁନରୁଦ୍ଧାର, ଜେଏମଏଫସି କୋର୍ଟ କାର୍ଯ୍ୟକ୍ଷମ କୁ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ସରପଞ୍ଚ  ଗୀତାଞ୍ଜଳୀ ନାୟକ,ସାଂସଦ ପ୍ରତିନିଧି  ସନ୍ତୋଷ କୁମାର ଲେଙ୍କା, ନାଏବ ସରପଞ୍ଚ  ନିଥନିଏଲ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ  ବଣ୍ଟି ଚୌଧୁରୀ, ଏପିଓ  ସମୀର ଦାସ, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ  ଉଷାରାଣୀ ପ୍ରଧାନ, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ  ଶ୍ରବଣ ନାୟକ, ଡବ୍ଲ୍ୟୁଇଓ  ଉର୍ମିଳା ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଯୋଗ ଦେଇଥିଲେ । ରାଇକିଆ ପିଇଓ ଲୋକନାଥ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ