ଜିଲ୍ଲାପାଳଙ୍କଯୁଗ୍ମ ଅଭିଯୋଗ ଶୁଣାଣି
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦ ଦ୍ଭାବନାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ପାରୁଲ ପଟୱାରି ଅଧ୍ୟକ୍ଷତାରେ ଜିଲା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ,ପିଏ ଆଇ ଟି ଡି ଏ ଚନ୍ଦ୍ର କାନ୍ତ ମାଝୀ, ଡି ଡବ୍ଲୁ ଓ ଅସୀମା ରାଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ମଞ୍ଚାସୀନ ରହିଥିଲେ ।ଏଥିରେ ମୋଟ ୩୭ ଟି ଅଭିଯୋଗ ଶୁଣାଣି ହୋଇଥିଲା ।ସେଥିରୁ ୩୦ ବ୍ୟକ୍ତି ଗତ ସମସ୍ୟା , ୭ଟି ଗୋଷ୍ଟି ଭିର୍ତ୍ତିକ ରହିଥିଲା । କେ. ମିନାରାଓ ଙ୍କୁ ଟ୍ରାଇ ସାଇକଲ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ୭ଟି ବିଧବା, ବାର୍ଦ୍ଧକ୍ୟ, ବିକଳାଙ୍ଗ ଭର୍ତ୍ତା ବଣ୍ଟନ କରିଥିଲେ ।ଏଥିରେ ପାନୀୟ ଜଳ, ରାସ୍ତା, ଆଡିବନ୍ଧ ମରାମତି ,ଘର ଢ଼ିଅ ପଟା ବିଷୟରେ ଅଭିଯୋଗ କରିଥିଲେ ।ଏଥିରେ ଜିଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଶହ ବିଡ଼ିଓ ମନୀଷାଦାସ ,ତହସିଲଦାର ମାନସ ରଞ୍ଜନ ମାନସେଠ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଚନ୍ଦନଦାସ ବାଙ୍ଗାରିଙ୍କ ସହ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଲଘୁଚାପ ଜନିତ ବର୍ଷା ହେଉଥିବାରୁ କମ ସମୟ ମଧ୍ୟରେ ଜନ ଶୁଣାଣୀ ସରିଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଚାର ପ୍ରସାର ଅଭାବ ଯୋଗୁଁ ଅଭିଯୋଗ କାରି ମାନେ ନିଜ ନିଜର ସମସ୍ୟାରୁ ଜଣାଇବା ପାଇଁ ବଞ୍ଚିତ ହୋଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।