ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
ବାଲେଶ୍ୱର (ସରୋଜ ପଣ୍ଡା): ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱରର ୧୨ତମ ସମାବର୍ତ୍ତନ ସମାରୋହ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶୁଭ ଉପସ୍ଥିତିରେ ଅତ୍ୟନ୍ତ ଗମ୍ଭୀରତା ଓ ଗରିମା ସହ ଆୟୋଜିତ ହୋଇଥିଲା। ମହାମହିମ ରାଷ୍ଟ୍ରପତି ୧୨.୧୦ ମିନିଟ୍ରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଭିତରସ୍ଥ ହେଲିପ୍ୟାଡ୍ରେ ଅବତରଣ କରିଥିଲେ। ତାଙ୍କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଚାଞ୍ଚେଲର୍ ଶ୍ରୀ ହରିବାବୁ କାମ୍ଭାମପତି, ଡିଆଇଜି ଶ୍ରୀ ପିନାକ ମିଶ୍ର, ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ସ୍ୱାଗତ କରିଥିଲେ। ମହାମହିମ ରାଷ୍ଟ୍ରପତି ବିଶ୍ଵବିଦ୍ୟାଳୟ ସାମ୍ନାରେ ଥିବା ଫକୀର ମୋହନଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପାଞ୍ଜଳି ଦେଲା ପରେ ନୂତନ ନିର୍ମିତ ଅଡିଟୋରିୟମ୍ର ଉଦ୍ଘାଟନ କରିବା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମା ଉନ୍ମୋଚନ କରିଥିଲେ। ସ୍ଥଳରେ ତାଙ୍କୁ ଉପକୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ, ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ସାରଙ୍ଗୀ ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବର୍ଗ ସ୍ୱାଗତ କରିଥିଲେ। ସମାବର୍ତ୍ତନ ଅଭିଭାଷଣରେ ମହାମହିମ ରାଷ୍ଟ୍ରପତି ଫକୀର ମୋହନ ସେନାପତିଙ୍କ ସାହିତ୍ୟିକ ଅବଦାନ ଓ କନ୍ୟା ଶିକ୍ଷା ପ୍ରଚାରରେ ତାଙ୍କର ଅଗ୍ରଣୀ ଭୂମିକାକୁ ସ୍ମରଣ କରିଥିଲେ। ସେ ଫକୀର ମୋହନଙ୍କ ଅମର କୃତି ‘ରେବତୀ’ର ଗୁରୁତ୍ୱକୁ ଉଲ୍ଲେଖ କରି, ରେବତୀ କିପରି ଅନେକ ଅସୁବିଧା ସତ୍ତ୍ୱେ ଶିକ୍ଷା ପାଇଁ ସଂଘର୍ଷ କରିଥିଲେ ତାହା ବର୍ଣ୍ଣନା କରିଥିଲେ। ଫକୀର ମୋହନ ବିଶ୍ୱବିଦ୍ୟାଳୟର ଶିକ୍ଷା, ଗବେଷଣା, ସାମାଜିକ ସେବା ଓ ସମୁଦାୟ ସଂଲଗ୍ନତାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ନୀତି, ସତ୍ୟ ନିଷ୍ଠତ। ଓ ସାମାଜିକ ଦାୟିତ୍ୱବୋଧ ଅତୁଟ ରଖିବାକୁ ଆହ୍ୱାନ କରିଥିଲେ।ମହାମହିମ ଅଟଳ ଯୀ ଙ୍କୁ ମାନେ ପକାଇଥିଲେ ଏବଂ ତାଙ୍କର ମହାନ୍ କାର୍ଯ୍ୟକୁ। ତାଙ୍କର କିଛି ବକ୍ତବ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଷୀ ଥିଲା ଯଥା ” ଏ ମାଟି କେବଳ ରତ୍ନ ଗର୍ଭା ନୁହଁ ମାଟିର ମା ମାନେ ମଧ୍ୟ ରତ୍ନ ଗର୍ଭା। ଖାଲି ଫକିର ମୋହନ ନୁହଁ ସେ ମନେ ପକାଇଥିଲେ ରାଧାନାଥ ଙ୍କୁ, କ୍ଳାନ୍ତ କବି ଙ୍କୁ ପୁଣି କୁନ୍ତଳା କୁମାରୀ ସାବତ ଙ୍କୁ। ଶେଷରେ ଉତ୍କଳ ମଣିଙ୍କ ଉକ୍ତି “ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଯିଏ ନର କର୍ମ ଏକ ତାର ଜୀବନ ର ମାନଦଣ୍ଡ” କହି ନିଜର ବକ୍ତବ୍ୟ ସାଙ୍ଗ କଲେ। ମାନ୍ୟବର ରାଜ୍ୟପାଳ ମହୋଦୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଶିକ୍ଷା ସମ୍ବନ୍ଧୀୟ ଉଲ୍ଲେଖନୀୟ ଭାବିଶ୍ୟମୂଳକ ଯୋଜନା ଓ ଭିଜନ ସମ୍ପର୍କରେ କହିଥିଲେ। ସମାବର୍ତ୍ତନରେ ୧,୮୩୧ ଜଣ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ପଦକ ପ୍ରଦାନ କରାଗଲା। ଗତ ତିନି ବର୍ଷରେ ବିଶ୍ୱବିଦ୍ୟାଳୟ ୧୧୦ଟି ସ୍ୱର୍ଣ୍ଣପଦକ ପ୍ରଦାନ କରିଥିବା ବେଳେ ୮୯ ଜଣ ଗବେଷଣା ପଣ୍ଡିତ ପିଏଚ୍ଡି ଡିଗ୍ରୀ ପ୍ରାପ୍ତ କରିଛନ୍ତି।


