ପଦୋନ୍ନତିରେ ବାଧା ସାଜିଲା ଉଚ୍ଚ ଶିକ୍ଷା: ୨୦୧୪ରୁ ପଦୋନ୍ନତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, (ଓ୍ବାଇଏନଏସ): ଉଚ୍ଚ ଶିକ୍ଷା ଆବେଦନକାରୀଙ୍କ ପଦୋନ୍ନତିରେ ବାଧକ ସୃଷ୍ଟି ହେବା ହାଇକୋର୍ଟଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ହାଇକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି । ଗ୍ରୁପ୍ ଡି’ରେ ଚାକିରି କରିଥିଲେ । ଗ୍ରୁପ୍ ସିକୁ ପଦୋନ୍ନତି ପାଇଁ ଆବେଦନ କଲେ । ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଲା । କାରଣ ଥିଲା, ଏହି ପଦ ଲାଗି ଯେତିକି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି ତାହାଠାରୁ ତାଙ୍କର ଅଧିକ ଶିକ୍ଷାଗତ ଯୋଗ୍ୟତା ରହିଛି । ଉଚ୍ଚ ଶିକ୍ଷା ତାଙ୍କ ପଦୋନ୍ନତିରେ ବାଧା ସାଜିବାରୁ ସେ ଏନେଇ ସ୍ୟାଟ୍‌ରୁ ସୁପ୍ରିମ୍‌କୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲେ । ସୁପ୍ରିମ୍‌କୋର୍ଟ ଏହି ମାମଲାକୁ ପୁନର୍ବାର ବିଚାର ପାଇଁ ହାଇକୋର୍ଟକୁ ପଠାଇ ଦେଇଥିଲେ । ଆବେଦନକାରୀଙ୍କ ଆଇନଜୀବୀଙ୍କ ଅନୁପସ୍ଥିତ ସତ୍ତେ୍ୱ ହାଇକୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରିବା ସହ ତାଙ୍କୁ ପଦୋନ୍ନତି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ଶିକ୍ଷା ଆବେଦନକାରୀଙ୍କ ପଦୋନ୍ନତିରେ ବାଧକ ସୃଷ୍ଟି ହେବା ହାଇକୋର୍ଟଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ହାଇକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି । ୨୦୧୪ ମସିହାରେ ଡିପିସି ବସିଥିବାରୁ ସେହି ମସିହାରୁ ଆବେଦନକାରୀଙ୍କୁ ପଦୋନ୍ନତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହି ସମୟରୁ ତାଙ୍କ ଦରମାର ୫୦% ବକେୟା ଆକାରରେ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାକି ୫୦% ତାଙ୍କ ପଦୋନ୍ନତି ବାବଦକୁ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି । ଏହି ଆଦେଶ କପି ପାଇବାର ୮ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ତାଙ୍କ ସମସ୍ତ ପ୍ରାପ୍ୟ ପ୍ରଦାନ କରାଯିବ । ଅପରପକ୍ଷରେ ଆବେଦନକାରୀ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇଥିବାରୁ ରାଜ୍ୟ ସରକାର ମାମଲା ଖର୍ଚ୍ଚ ବାବଦ ତାଙ୍କୁ ୨୫ ହଜାର ଟଙ୍କା ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କୁ ତାଙ୍କ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାରେ ଯଦି ବିଳମ୍ବ କରାଯାଏ ତାହେଲେ ପ୍ରତି ଦିନକୁ ଅଢ଼େଇ ଶହ ଟଙ୍କା ହିସାବରେ ଅତିରିକ୍ତ ଅର୍ଥ ପ୍ରଦାନ କରିବାକୁ ପଡ଼ିବ । ପରେ ଦ୍ୱିତୀୟ ମାସରୁ ଦିନକୁ ୫ଶହ ଟଙ୍କା ପ୍ରଦାନ କରାଯିବ ଓ ଏହି ଅର୍ଥ ଦାୟୀ ଅଧିକାରୀଙ୍କଠାରୁ ଆଦାୟ କରାଯିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ନିରଞ୍ଜନ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ କେ.ଏସ୍. ଦୀକ୍ଷିତ ଏବଂ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ୨୦୧୪ ମସିହା ଜାନୁଆରୀ ୧୦ ତାରିଖରେ ବସିଥିବ ଡିପିସି ବୈଠକରେ ଆବେଦନକାରୀଙ୍କୁ ଗ୍ରୁପ୍ ସି’ କ୍ୟାଡର ଅର୍ଥାତ ଜୁନିଅର୍ ଆସିଷ୍ଟାଣ୍ଟ ପଦକୁ ପଦୋନ୍ନତି ଦେବାକୁ ମନା କରି ଦିଆଯାଇଥିଲା । କାରଣ ଦର୍ଶାଯାଇଥିଲା ଯେ, ବିଭାଗୀୟ ଅଧିକାରୀଙ୍କ ଅନୁମତି ବିନା ସେ ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି । ଏହାକୁ ଚାଲେଞ୍ଜ କରି ଆବେଦନକାରୀ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଦାଲତକୁ ଯାଇଥିଲେ । ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଯଦି ଜଣେ ଛୁଟି ନନେଇ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି ତାହେଲେ ଏହି ଶିକ୍ଷାକୁ ଅଗ୍ରାହ୍ୟ କରାଯାଇ ପାରିବନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ