ଆହତ ଜ୍ୟୋତିପ୍ରକାଶଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଲେ

କଟକ,(ଓ୍ବାଇଏନଏସ): ସୌମ୍ୟଶ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଆହତ ହୋଇଥିବା ଜ୍ୟୋତିପ୍ରକାଶଙ୍କୁ ଏସସିବିରେ ଭେଟିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତା। ଏସସିବିରେ ଜ୍ୟୋତିପ୍ରକାଶଙ୍କୁ ଭେଟିବା ସହ ତାଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ବିଧାୟକ। ଏହା ସହ ଜ୍ୟୋତିପ୍ରକାଶଙ୍କ ବାପା ଓ ମାଆଙ୍କୁ ଭେଟି ଜ୍ୟୋତିପ୍ରକାଶଙ୍କ ଚିକିତ୍ସା ଓ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ବାଲେଶ୍ଵର ବିଧାୟକ ଗଣମାଧ୍ୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଜ୍ୟୋତିପ୍ରକାଶ ଜଣେ ସାହସୀ ଯୁବକ। ଘଟଣାର ପ୍ରଥମ ଦିନରୁ ଜ୍ୟୋତିପ୍ରକାଶ ଙ୍କ ପରିବାର ଲୋକଙ୍କ ସହ ସମ୍ପର୍କରେ ରହିଛୁ । ତାଙ୍କର ଚିକିତ୍ସା ବିଷୟରେ ଅବଗତ ହୋଇଛୁ ବୋଲି କହିଛନ୍ତି ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ