ବିଧାୟକଙ୍କୁ ଭେଟି ଦାବି ଜଣାଇଲେ ଉଚ୍ଚ ମାଧ୍ୟମିକ ଶିକ୍ଷକ

ହାଟଡିହି (ଓ୍ବାଇଏନଏସ):ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ଆନନ୍ଦପୁର ବିଧାୟକଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଛନ୍ତି ଉଚ୍ଚ ମାଧ୍ୟମିକ ପ୍ରଶିକ୍ଷିତ ଶିକ୍ଷକ।  ଆଜି ବିଧାୟକ ଅଭିମନ୍ୟୁ ସେଠୀଙ୍କ ବାସଭବନକୁ ଯାଇ ହାଟଡିହି ବ୍ଲକର ଓଡ଼ିଶା ଉଚ୍ଚ ମାଧ୍ୟମିକ ପ୍ରଶିକ୍ଷିତ ଶିକ୍ଷକ ସଂଘର ସତ୍ୟପୀର ମହାନ୍ତି, ଡମ୍ବରୁଧର ଦେହୁରୀ, ଜ୍ୟୋତିର୍ମୟ ନାୟକ, ଜନ୍ମେଜୟ ବେହେରା, ଆନନ୍ଦ କୁମାର ସାହୁ, ବାଦଲ କୁମାର ଜେନା, ସୁଧାଂଶୁ ଶେଖର ବିଶ୍ଵାଳ ପ୍ରମୁଖ  ବିଧାୟକଙ୍କୁ ଭେଟି ସେମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ ଏବଂ ଦାବିପତ୍ର ବିଧାୟକଙ୍କୁ ଦେଇଥିଲେ l ଆସନ୍ତା ବିଧାନସଭାରେ ସେମାନଙ୍କ ସମସ୍ୟା ଉଠାଇ  ତାହାର ସମାଧାନ ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ