ପୋଲସରା କଲେଜରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ପୋଲସରା,(ଓ୍ବାଇଏନଏସ): ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପ୍ରାଙ୍ଗଣରେ ସେପ୍ଟେମ୍ବର ୧୭ ତାରିଖ ଦିନ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ପ୍ରଥମେ ଚାରା ରୋପଣ କରି ଉଦଘାଟନ କରିଥିଲେ। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ, ସମର ଶିକ୍ଷାର୍ଥୀ ବାହିନୀ କାର୍ଯ୍ୟକ୍ରମ ଅଧିକାରିଣୀ ଲେଫଲଣ୍ଟ ବିନତା କୁମାରୀ ଦାସ, ଯୁବ ରେଡକ୍ରସ କାର୍ଯ୍ୟକ୍ରମ ଅଧିକାରୀ ସ୍ୱାଭିମାନ ସାହୁ, ସହ ସଂଯୋଜିକା ସୁଜାତା ରାଣୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥି ସହିତ ଓଡ଼ିଆ ବିଭାଗ ଅଧ୍ୟାପକ ଲିପିନାଥ ସିଂ, କ୍ରୀଡା ଅଧ୍ୟାପକ ଦୀପକ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଥିଲେ। ଶେଷରେ ଅଧ୍ୟାପକ ଦେବାଶିଷ ସ୍ବାଇଁ ଚାରା ରୋପଣ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ଏକଶତ ଦୁଇ ଚାରା ରୋପଣ କରିଥିଲେ।