ପାରଳାରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ତଥା ଫରେଷ୍ଟ ଗେଟ୍ ନିକଟସ୍ଥ ପଡିଆ ଠାରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଗେପାଳ ସମାଜ ଓ ଶବର ସମାଜର ମିଳିତ ଭାବେ ଏକ ହିନ୍ଦୁ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲୋକନାଥ ମିଶ୍ର, ବାଳକୃଷ୍ଣ ଜେନ୍ନା, ମନୋଜ ଦାସ, ଜଗନ୍ନାଥ ମହାପାତ୍ର, ବିଭୁତି ଭୂଷଣ ରଥ, ବଜରଙ୍ଗ ଦଳର ରୋବିନ ସାହୁକାର, କୈଳାଶ ବିଶ୍ବାଳ, ନାଗେଶ୍ବର ମହାପାତ୍ର, ରାଧାମାଧବ ପାଣିଗ୍ରାହୀ ପ୍ରମୁଖଙ୍କ ନେତୃତ୍ଵରେ ଏହି ହିନ୍ଦୁ ଜାଗରଣ ସଭା ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ଗାୟତ୍ରୀ ପରିବାର ପକ୍ଷରୁ ଏକ କୁଣ୍ଡିୟ ଜଜ୍ଞ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସମସ୍ତ ସମାଜ ଓ ପରିଷଦର ସଦସ୍ଯ ମାନେ ଶାନ୍ତିଶୃଙ୍ଖଳା ର ସହିତ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ପ୍ରାୟ ସହସ୍ରାଧିକ ଲୋକ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହନ୍ତ ପ୍ରୀୟଚରଣ ମହାରାଜ, ମହନ୍ତ ନୃସିଂହଚରଣ ମହାରାଜ, ମାର୍ଗଦର୍ଶକ ରବିନାରାୟଣ ସୁବୁଦ୍ଧି ମଞ୍ଚାସୀନ ଅତିଥି ରୁପେ ଉପସ୍ଥିତ ହୋଇ ହିନ୍ଦୁଙ୍କ ଜାଗରଣ ପାଇଁ ପାଞ୍ଚଟି ବିଭାଗ ଯଥା ପରିବେଶ, ସ୍ବଦେଶୀ, ନାଗରିକ କର୍ତ୍ତବ୍ଯ, ପରିବାର ପ୍ରବୋଧନ, ସାମାଜିକ ସମାନତା ପାଇଁ ଜାଗରଣ ରୁପକ ବକ୍ତବ୍ଯ ରଖିଥିଲେ ।


